ରାମ ଗୋପାଲ ବର୍ମା ଜଣେ ସଫଳ ନିର୍ଦେଶକ ଭାବେ ବେଶ୍ ଜଣାଶୁଣା । ବଲିଉଡରେ ନିଜର କାୟା ବିସ୍ତାର କରି ସାରିବା ପରେ ରାମ୍ ଗୋପାଲ୍ ଏବେ ନିଜର ପ୍ରଥମ ଅନ୍ତର୍ଜାତୀୟ ସିନେମାର ନାଁ ଘୋଷଣା କରିଛନ୍ତି । ଯାହାର ଟାଇଟଲ୍ ରହିଛି ‘ନ୍ୟୁକ୍ଲିୟର୍’ । ଏହି ଫିଲ୍ମର ବଜେଟ୍ ରହିିଛି ୩୪୦ କୋଟି, ଯାହା ଭାରତୀୟ ସିନେମା ଇତିହାସରେ ଆଜି ପର୍ଯ୍ୟନ୍ତର ସବୁଠାରୁ ଅଧିକ ବ୍ୟୟବହୁଳ ଫିଲ୍ମ ।
ରାମ ଗୋପାଲଙ୍କ ଆଗାମୀ ସିନେମା ସରକାର-୩ ର ସୁଟିଂ ସରିବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଫିଲ୍ମ ‘ନ୍ୟୁକ୍ଲିୟର୍’ରେ ଆମେରିକାନ୍, ଚାଇନିଜ୍ , ରୁଷିଆନ୍ , ବ୍ରିଟିଶ୍ ଓ ଭାରତୀୟ ଅଭିନେତାଙ୍କ ଅଭିନୟ ଦେଖିବାକୁ ମିଳିବ ।
ଏହା ସହ ଦେଖନ୍ତୁ ଫିଲ୍ମର କ୍ଲାଇମେକ୍ସ ହେଲା ଜୀବନର କ୍ଲାଇମେକ୍ସ : ସୁଟିଂ ବେଳେ ଷ୍ଟଣ୍ଟ୍ ସିନ୍ ନେଲା ୨ ଜୀବନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/ram-gopal-varma.jpg)