ରାଜନୀତିରେ ପ୍ରବେଶ କଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆନ୍ଧ୍ରପ୍ରଦେଶର ପୀଥାପୁରମ ଆସନରୁ ଲଢିବେ ନିର୍ବାଚନ

243

କନକ ବ୍ୟୁରୋ : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ଏକ ପୋଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ଆନ୍ଧ୍ରପ୍ରଦେଶର ପୀଥାପୁରମ ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି ।

ବଲିଉଡର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ୍ସରେ ଲେଖିଛନ୍ତି କି, ସେ ଅଚାନକ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ପାଇଁ ଖୁସି ଖବର ଯେ ସେ ପୀଥାପୁରମ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ହେଲେ ସେ ସ୍ପଷ୍ଟ କରିନାହାଁନ୍ତି ଯେ, କେଉଁ ଦଳ ଟିକେଟରୁ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି  ।