ବିବାଦରେ ରାମଗୋପାଳ : ସବୁ ମହିଳା ସନି ଲିଓନଙ୍କ ଭଳି ହେବାକୁ ଟ୍ୱିଟ୍ କରି ଅଡୁଆରେ ବଲିଉଡର ଏହି ନିର୍ମାତା

53

ପୁଣି ଥରେ ବିବାଦୀୟ ବୟାନ ପାଇଁ ଅଡୁଆରେ ବଲିଉଡ ଫିଲ୍ମ ନିର୍ଦେଶକ ତଥା ପ୍ରଯୋଜକ ରାମଗୋପାଳ ବର୍ମା । ବିଶ୍ୱ ମହିଳା ଦିବସକୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ବିରୋଧରେ ମହିଳା ସଂଗଠନମାନେ ଥାନାରେ ଏତଲା ଦେଇଛନ୍ତି । ରାମଗୋପାଳ କହିଛନ୍ତି ଯେ ଯେମିତି ଓମେନ୍ସ ଡେ ବା ମହିଳା ଦିବସ ହେଉଛି ସେମିତି ଓମେନ୍ସ ନାଇଟ ବି ହେବା ଉଚିତ୍ ।

ଏହା ବାଦ୍ ସବୁ ମହିଳାଙ୍କୁ ସନି ଲିଓନଙ୍କ ଭଳି ହେବାକୁ ମଧ୍ୟ ରାମଗୋପାଳ ନିଜ ଟ୍ୱିଟରରେ ଲେଖିଛନ୍ତି । ରାମଗୋପାଳ ଲେଖିଛନ୍ତି ଏତିକି କାମନା କରୁଛି ସବୁ ମହିଳା ପୁରୁଷଙ୍କୁ ସେତିକି ଖୁସି ଦିଅନ୍ତୁ ଯେତିକି ସନୀ ଲିଓନ ଦେଉଛି । ଆଉ ଏହାକୁ ନେଇ ରାମଗୋପାଳଙ୍କ ବିରୋଧରେ ମହିଳା ସଂଗଠନମାନେ ମାମଲା ରୁଜୁ କରିଛନ୍ତି ।