କନକ ବ୍ୟୁରୋ : କରୋନା ମାହାମାରୀ ପାଇଁ ଏବେ ସାରା ବିଶ୍ୱରେ ହା ହାକାର ପଡିଛି । କିଏ କାମ ହାଇଛି ତ କିଏ ଜୀବନ । ଅ୍ଧମ ସବୁଠାରୁ ବେସି ଅସୁବିଧାରେ ଜୀବନ ଅତିବାହିତ କରୁଛନ୍ତି ମଧ୍ୟବିତ୍ତ ଓ ତଳ ଶ୍ରେଣୀର ଲୋକମାନେ । ଯେଉଁମାନେ କି ଅତ୍ୟାବଶକୀୟ ଖାଦ୍ୟ ଯୋଗାଡ କରିବାରେ ଅସମର୍ଥ ହେଉଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ରାମୁଙ୍କ ଚାଉଳ ଏଟିଏମ୍ ଗରିବ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଛି ।
Advertisment

publive-image

ହାଇଦ୍ରାବାଦର ରାମ ଡୋସାପତି ବିବିଏରେ ସ୍ନାତୋକ କରି ଏକ ଫାର୍ମରେ ଚାକିରୀ କରନ୍ତି । କରୋନା ମହାମାରୀ ବେଳେ କାମ ବନ୍ଦ୍ ଥିବାରୁ ସେ ଗାଁକୁ ଆସିଥିଲେ । ହେଲେ ଗାଁରେ ବାସ କରୁଥିବା ଲୋକଙ୍କ ଅବସ୍ଥା ଦେଖି ତାଙ୍କ ହୃଦୟ କାନ୍ଦିଥିଲା । ସ୍ୱାଧୀନତାର ୭୦ ବର୍ଷ ପରେ ଯେ ଏକ ଗଣତନ୍ତ୍ର ରାଷ୍ଟ୍ରର ଲୋକମାନେ ମୁଠେ ଖାଇବାକୁ ପାଉନାହାନ୍ତି ତାହା ନିଜ ଆଖିରେ ଦେଖିବା ପରେ ସେ ନିଜକୁ ଆୟତ କରିପାରି ନଥିଲେ । ହେଲେ ପାଖରେ ବା କେତେ ସମ୍ବଳ ଅଛି ଯେ ସେ ଲୋକମାନଙ୍କୁ ସହାୟତା କରିପାରିବେ । ହେଲେ ସେ ଏକ ଉପାୟ ଚିନ୍ତା କରିଥିଲେ । ଯାହାକୁ ସେ ଚାଉଳ ଏଟିଏମ୍ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇଥିଲେ । କଥାଟା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଆମେ ଜାଣିଛୁ ଏଟିଏମରୁ କେବଳ ଟଙ୍କା ବାହାରେ । ଏହା ବାଦ କିଛି ରାଜ୍ୟର ସରକାର ପାନୀୟ ଜଳ ଏଟିଏମ ବସାଇଛନ୍ତି । ଯେଉଁଥିରେ ଆପଣ ଟଙ୍କା ଭରିଲେ ଆପଣଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ।
publive-image
ହେଲେ ଚାଉଳ ଏଟିଏମ୍ ! ଏଭଳି କିଛି ନାହିଁ । ରାମ ଡୋସାପତି ଏକ ଟ୍ରକ ମାଧ୍ୟମରେ ଚାଉଳ ଭରି ଗାଁକୁ ଗାଁ ବୁଲିଥାନ୍ତି । ଯେ କେହି ଗରିବ ଲୋକ ଆସିଲେ ତାଙ୍କୁ ସେହି ଗାଡିରୁ କିଛି ଚାଉଳ କାଢି ଦେଇଥାନ୍ତି । ଏଭଳି ଭାବେ ସେ ୧୫ ହଜାର ଲୋକଙ୍କୁ ଚାଉଳ ସହ ଅନ୍ୟ ରାସନ ସାମଗ୍ରୀ ଯୋଗାଇଥିବା କହନ୍ତି ରାମ । ସେ କହିଛନ୍ତି କି ଏହା ସହାୟତା ଆରମ୍ଭ କରିବା ପରେ ତାଙ୍କୁ ଅନେକ ଲୋକ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏହା ସହ ସେ ନିଜ ପକେଟରୁ ଏପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି । ଏହି ଚାଉଳ ଏଟିଏମ୍ ୨୪ ଘଂଟା ଖୋଲା ରହିଥାଏ । କେହି ବି କେତେବେଳେ ରାମୁଙ୍କ ଠାରୁ ଚାଉଳ ନେଇ ପାରିବ । ରାମୁ କହିଛନ୍ତି କି ଜଣେ ସୈନିକ ଲୋକମାନଙ୍କୁ ଏଭଳି ସାହାର୍ଯ୍ୟ କରୁଥିବାର ଦେଖି ସେ ଅନୂୁପ୍ରାଣିତ ହୋଇଥିଲେ ଓ ଏହାପରେ ସେ ଏଭଳି କରିବାରେ ଲାଗିଛନ୍ତି ।