ସାରସକଣାରୁ ନିର୍ବାଚନ ଲଢିବେ ରାମଚନ୍ଦ୍ର ହାଁସଦା । ବିଜେଡି ପକ୍ଷରୁ ନିଲମ୍ବନ ହଟାନଯିବାରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଲେ ହାଁସଦା

Advertisment
ସାରସକଣାରୁ ନିର୍ବାଚନ ଲଢିବେ ରାମଚନ୍ଦ୍ର ହାଁସଦା । ବିଜେଡି ପକ୍ଷରୁ ନିଲମ୍ବନ ହଟାନଯିବାରୁ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଲେ ହାଁସଦା

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ସାରସକଣା ଆସନରୁ ଗତକାଲି ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସାଂସଦ ଇଂ. ରାମଚନ୍ଦ୍ର ହାଁସଦା। ରାମଚନ୍ଦ୍ର ତାଙ୍କ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ବାମନଘାଟୀ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଧର୍ମାନନ୍ଦ ବେହେରାଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ।

publive-image

୨୦୧୪ ମସିହାରେ ବିଜେଡିରୁ ମୟୂରଭଞ୍ଜ ଲୋକସଭା ସାଂସଦ ଭାବେ ରାମଚନ୍ଦ୍ର ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କ ଉପରୁ ନିଲମ୍ବନ ହଟାଇ ନଥିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।

publive-image

ରାମଚନ୍ଦ୍ରଙ୍କ ସାରସକଣା ନିର୍ବାଚନ ମଣ୍ଡଳୀରେ ପ୍ରଭାବ ରହିଥିବା ବେଳେ ୨୦୦୯ ମସିହାରେ ବିଜେଡି-ଏନସିପି ମେଣ୍ଟ ପ୍ରାର୍ଥୀ ଭାବେ ରାମଚନ୍ଦ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସାରସକଣା ନିର୍ବାଚନ ମଣ୍ଡଳୀରେ ରାମଚନ୍ଦ୍ରଙ୍କ ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ରହିଥିବା ବେଳେ ପୁଣି ଏହି ଆସନରୁ ଭାଗ୍ୟ ପରଖିବାକୁ ଯାଉଛନ୍ତି। ସାରସକଣା ଆସନରୁ ନିର୍ବାଚନୀ ରଣାଙ୍ଗନରେ ରାମଚନ୍ଦ୍ର ଓହ୍ଲାଇବା ପରେ ବିଜେଡି ପାଇଁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

publive-image

ଗତକାଲି ପୂର୍ବାହ୍ନରେ ରାମଚନ୍ଦ୍ର ତାଙ୍କ ସମର୍ଥକଙ୍କ ସହ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe