ନାମାଙ୍କନ ଦାଖଲ ପୂର୍ବରୁ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ । ଆଠଗଡ଼ରେ ସ୍କୁଟରରେ ନାମାଙ୍କନ ଭରିବାକୁ ଗଲେ ରାଜା ସ୍ୱାଇଁ  । ସେପଟେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରାଲି  ।

Advertisment
ନାମାଙ୍କନ ଦାଖଲ ପୂର୍ବରୁ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ । ଆଠଗଡ଼ରେ ସ୍କୁଟରରେ ନାମାଙ୍କନ ଭରିବାକୁ ଗଲେ ରାଜା ସ୍ୱାଇଁ  । ସେପଟେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରାଲି  ।

କନକ ବ୍ୟୁରୋ: ଆଠଗଡ଼ ବିଧାନସଭା ଆସନ ପାଇଁ ନୋମିନେସନ ଭରିବାକୁ ଗଲେ ବିଜେଡିର ହେଭିୱେଟ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ନିଜ ୪୦ ବର୍ଷ ତଳର ସ୍କୁଟର ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ରାଜା ସ୍ୱାଇଁ  । ସକାଳୁ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ବାଇକ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ବାହାରିଛନ୍ତି ରାଜା  । ୨୦୧୨ ମସିହାରୁ ଏହି ଆସନରେ ରାଜା ଜିତି ଆସୁଛନ୍ତି  । ସେପଟେ ରାଉରକେଲାରେ ସମର୍ଥକଙ୍କ ସହ ବିଶାଳ ରାଲି କରିଛନ୍ତି ଦିଲ୍ଲୀପ ରାୟ  ।  କର୍ମୀ ଓ ସମର୍ଥକଙ୍କ ସହ ବିର୍ସାମୁଣ୍ଡା ଛକରୁ ବିଶାଳ ରାଲିରେ ଯାଇ ଏଡିଏମଙ୍କ ଅଫିସରେ ପହଞ୍ଚି ନାମାଙ୍କନ  ଦାଖଲ କରିବେ ଦିଲ୍ଲୀପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe