ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ଏନ୍ସିବିରେ ହାଜର ହେବ ରକୁଲପ୍ରୀତ ସିଂ । ରକୁଲଙ୍କ ସହ ସିମନ୍ ଖଂବାଟାକୁ ହେବ ପଚରାଉଚୁରା

78

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ଏନ୍ସିବିରେ ହାଜର ହେବେ ସାଉଥ୍ ସୁପରଷ୍ଟାର ରକୁଲପ୍ରୀତ ସିଂ । ରକୁଲଙ୍କ ସମେତ ଫେସନ୍ ଡିଜାଇନର୍ ସିମନ୍ ଖଂବାଟାଙ୍କୁ ମଧ୍ୟ ଏନ୍ସିବିରେ ହାଜର ହେବା ପାଇଁ ସମନ୍ ହୋଇଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କ ବୟାନ ପରେ ବଲିଉଡ୍ର ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିଥିଲା । ଆଉ ଏହା ପରେ ଡ୍ରଗ୍ସ କାରବାର ନେଇ ଜଣେ ପରେ ଜଣେ ବଲିଉଡ ତାରକାଙ୍କ ନାଁ ସାମ୍ନାକୁ ଆସୁଛି । ସେପଟେ  ଏନ୍ସିବିରେ ହାଜର ହେବେ ବଲିଉଡ୍ର ସବୁଠାରୁ ଚର୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ ।

ଦୀପିକାଙ୍କ ଡ୍ରଗ୍ସ ଚାର୍ଟ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ୨୦୧୭ର ଏକ କଥିତ ଡ୍ରଗ୍ସ ପାଟିର ଭିଡିଓ ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି । ଦୀପିକା ପାଦୁକୋନଙ୍କୁ ମଧ୍ୟ ସମନ୍ କରିଛି ନାରକୋଟିକ୍ କଂଟ୍ରୋଲ ବ୍ୟୁରୋ । ଦୀପିକାଙ୍କ ସହ ସାରା ଅଲ୍ଲି ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ୭ ଜଣଙ୍କୁ ସମନ୍ କରିଛି ଏନ୍ସିବି । ଆସନ୍ତାକାଲି ଦୀପିକା ପାଦୁକୋନ ଏବଂ ୨୬ ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ସମନ୍ କରାଯାଇଛି । ବଡ଼ କଥା ହେଉଛି ବଲିଉଡ ଡ୍ରଗ୍ସ କନକ୍ସେନ୍ ମାମଲାରେ ବର୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି ।

ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ଡ୍ରଗ୍ସ ଚାଟ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ୨୦୧୭ର ଏକ ଡ୍ରଗ୍ସ ପାଟିର ଭିଡିଓ, ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି । ଆଉ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି ନାରକୋଟିକ୍ସ କଂଟ୍ରୋଲ ବୁରୋ । ଦୀପିକା, ସାରା ଅଲ୍ଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲପ୍ରୀତ ସିଂଙ୍କ ସମେତ ୭ ଜଣଙ୍କୁ ସମନ୍ କରିଛି ଏନସିବି ।