କନକ ବ୍ୟୁରୋ : ଡ୍ରଗ୍ସ ଜାଲରେ ବଲିଉଡ ଅଭିନେତ୍ରୀଙ୍କ ଭାଇ । ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ଓ ଆଉ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି। ଏକ ଡ୍ରଗ୍ସ ମାମଲାରେ ଏମାନଙ୍କର ସଂପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ୍ ଏପରି ପଦକ୍ଷେପ ଗ୍ରହଣ କରିଛି। ନିକଟରେ ତେଲଙ୍ଗାନା ନାର୍କୋଟିକ୍ସ ନିରୋଧ ବିଭାଗ ହାଇଦ୍ରାବାଦରୁ ୨.୬ କେଜିର କୋକେନ ଜବତ କରିଥିଲା। ଏତେ ପରିମାଣର କୋକେନ ହାଇଦ୍ରାବାଦକୁ ବିକ୍ରି ପାଇଁ ଅଣାଯାଇଥିବା ଧରାପଡ଼ିଥିବା ଅଭିଯୁକ୍ତମାନେ କହିଥିଲେ। ସେମାନେ ଏହାକୁ ୩୦ ଜଣଙ୍କୁ ବିକ୍ରି କରିବାକୁ ଆଣିଥିଲେ। ସେହି ୩୦ ଜଣଙ୍କ ମଧ୍ୟରେ ଅମନ ପ୍ରୀତ ସିଂହଙ୍କ ନାଁ ରହିଥିଲା। ନିଶାଦ୍ରବ୍ୟ କାରବାର ଓ ସେବନ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅମନ ରହିଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ତେବେ ରକୁଲ ପ୍ରୀତଙ୍କୁ ପୂର୍ବରୁ ଇଡି ଡ୍ରଗ୍ସ କେସ୍ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଜେରା କରିଥିଲେ। ତେଣୁ ତାଙ୍କ ସମ୍ପର୍କରେ ହାଇଦ୍ରାବାଦ ପୁଲିସ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ପୁଲିସ୍ କହିଛି ଯେ ଏହି କେସ୍ ସହ ରକୁଲଙ୍କ କୌଣସି ଲିଙ୍କ ନାହିଁ। ଆମେ ତାଙ୍କ ଉପରେ କୌଣସି ପ୍ରକାରର ତଦନ୍ତ କରୁନାହୁଁ। ଅଯଥା ତାଙ୍କ ନାଁକୁ ମାମଲା ଭିତରକୁ ନ ଅଣାଯାଉ।
ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଭାଇ । ଅମନଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ
/kanak/media/post_attachments/wp-content/uploads/2024/07/8-11.jpg)