ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ରକୁଲପ୍ରୀତ ସିଂ ଓ ଜ୍ୟାକି ଭଗନାନୀ । ଗୋଆରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ

408

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଅନ୍ୟତମ ପ୍ରେମୀଯୋଡି ରକୁଲପ୍ରୀତ ସିଂ ଓ ଜ୍ୟାକି ଭଗନାନୀ ।ଗୋଆରେ ଆୟୋଜିତ ହୋଇଛି ସେଲିବ୍ରେଟି ଯୋଡିଙ୍କ ବାହାଘର କାର୍ଯ୍ୟକ୍ରମ । ହାତଗଣତି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ସରିଛି ବିବାହ କାର୍ଯ୍ୟକ୍ରମ । ଉଭୟ ପଂଜାବୀ ଓ ସିନ୍ଧୀ ରିତିନୀତିରେ ବାହାଘର ସମ୍ପନ୍ନ ହୋଇଛି । ଦୁଇ ଦିନ ଧରି ମେହେନ୍ଦୀ,ସଂଗୀତ କାର୍ଯ୍ୟକ୍ରମ ପରେ ବୁଧବାର ରକୁଲଓ ଜ୍ୟାକି ସାତଜନମର ସାଥୀ ହୋଇଛନ୍ତି । ସେଲିବ୍ରେଟି କପଲଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ପାଇଁ ବଲିଉଡ ଅତିଥି ମଧ୍ୟ ଗୋଆରେ ପହଁଚିଥିଲେ । କିଛି ନିଦ୍ଧିଷ୍ଟ କଳାକାରଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କରାଯାଇଥିଲା । ଅତିିଥିମାନଙ୍କୁ ବାହାଘର କାର୍ଯ୍ୟକ୍ରମରେ ଫଟୋ ଓ ଭିଡିଓ ଉଠାଇବାକୁ ମନା କରାଯାଇଛି । ଯଦି ନଜର ପକାଇବା ଏହ ଷ୍ଟାରକପଲଙ୍କ ପ୍ରେମ କାହାଣୀ ଉପରେ ତେବେ ଏହା ବେଶ ରୋଚକ ଅଟେ । ମୁମ୍ବାଇର ଏକ ଆପାର୍ଟମେଂଟରେ ପାଖାପାଖି ପ୍ଲାଟରେ ରହୁଥିଲେ ବି ପରସ୍ପରକୁ ପ୍ରଥମେ ଜାଣିନଥିଲେ ରକୁଲ ଓ ଜ୍ୟାକି । ପରେ ପଡୋଶୀ ଭାବେ ଚିହ୍ନାପରିଚିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରେ ବନ୍ଧୁତା ହୁଏ । ତେବେ ଲକଡାଉନ ସମୟରେ ପରସ୍ପର ସହ ଅଧିକ ସମୟ କାଟିବା ପରେ ଏମାନଙ୍କ ମଧ୍ୟ ଘନିଷ୍ଟ ବନ୍ଧୁତା ଓ ପ୍ରେମ ଗଢ଼ିଉଠେ । ୪ବର୍ଷର ପ୍ରେମ ସମ୍ପର୍କକୁ ନୂଆ ସର୍ମ୍ପକର ରୂପ ଦେବାକୁ ଯାଇ ରୁକଲଙ୍କୁ ବିବାହ ନିବେଦନ କରିଥିଲେ ଜ୍ୟାକି । ପରେ ରକୁଲଙ୍କ ୩୧ତମ ଜନ୍ମଦିନର ନିଜ ସର୍ମ୍ପକକୁ ନେଇ ଖୁଲ୍ଲାସା କରିଥିଲେ ଜ୍ୟାକି । ବଲିଉଡର ଜଣାଶୁଣା ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀଙ୍କ ପୁଅ ଜ୍ୟାକି ଜଣେ ଅଭିନେତା ସହ ପ୍ରଯୋଜକ ଓ ବ୍ୟବସାୟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ କରିପାରିଛନ୍ତି । ସେହିପରି ରକୁଲ ପ୍ରୀତ ସିଂ ମଧ୍ୟ ନିଜର ଅନନ୍ୟ ଅଭିନୟ ଦକ୍ଷତା ପାଇଁ ବଲିଉଡର ଅନେକ ଭିନ୍ନ ସ୍ୱାଦର ସିନେମାରେ ନଜର ଆସିଛନ୍ତି ।