ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲାରେ ଏନସିବିରେ ରକୁଲ ପ୍ରୀତ ସିଂ : ଜେରା କରୁଛନ୍ତି ଅଧିକାରୀ; କାଲି ଦୀପିକା ପାଦୁକୋନଙ୍କ ସମେତ ସାରା ଓ ଶ୍ରଦ୍ଧାଙ୍କୁ ହେବ ଜେରା

121

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲା । ଆଜିଏନସିବିରେ ହାଜର ହେଲେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ଗତକାଲି ତାଙ୍କ ନିକଟରେ ପହଁଚିଥିଲା ଏନସିବିର ସମନ୍ । ଆଜି ରକୁଲପ୍ରୀତ୍ ଏନସିବିରେ ହାଜର ହେବା ପରେ ଏନସିବି ପକ୍ଷରୁ ପଚରାଉଚରା ଜାରି ରହିଛି । ଏହି ଡ୍ରଗ୍ସ କାରବାରରେ କିଏ କିଏ ସଂପୃକ୍ତ ତାହା ମଧ୍ୟ ସାମ୍ନାକୁ ଆସିବ । ସେହିପରି ଆଜି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ହାଜର ହେବେ । ତେବେ ଆଜି ବଦଳରେ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଆସନ୍ତାକାଲି ଏନସିବିରେ ହାଜର ହେବେ ୩ ଜଣ । ଦୀପିକା ପାଦୁକୋନଙ୍କ ସମେତ ସାରା ଅଲି ଖାନ୍ ଏବଂ ଶ୍ରଦ୍ଧା କପୁର ହଜାର ହେବେ ।

ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ୭ ଜଣଙ୍କୁ ସମନ୍ କରାଯାଇଛି । ଏନସିବିର ସମନ୍ ପରେ ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ପହଂଚିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏନ୍ସିବିର ସମନ୍ ପରେ ସ୍ୱାମୀ ରଣବୀର ସିଂଙ୍କ ସହ ଦୀପିକା ମୁମ୍ବାଇରେ ପହଂଚିଛନ୍ତି । ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋନକୁ ଜେରା କରିବ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତାଙ୍କର ଏକ ଡ୍ରଗ୍ସ ଚାଟ୍ ପଦାକୁ ଆସିବା ପରେ ଦୀପିକାଙ୍କୁ ସମନ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ୨୦୧୭ର ଏକ ଚାଟ ବାବଦରେ ଅଧିକ ତଥ୍ୟ ପାଇଁ ତାଙ୍କୁ ପଚରା ଉଚରା କରିବ ଏନସିବି ।

ସେପଟେ ଏନସିବିର ସମନ ପାଇବା ପରେ ଗୋଆରୁ ଆସି ମୁମ୍ବାଇରେ ପହଁଚିଛନ୍ତି ଅଭିନେତ୍ରୀ ସାରା ଅଲି ଖାନ୍ । ଅଭିନେତା ସୈଫ ଅଲି ଖାନ୍ ଓ ଅଭିନେତ୍ରୀ ଅମ୍ରିତା ସିଂଙ୍କ ଝିଅ ସାରା ଅଲି ଖାନଙ୍କୁ ନାଁ ଡ୍ରଗ୍ସ ଲିଙ୍କରେ ଯୋଡି ହୋଇଛି । ଏନସିବି ତାଙ୍କୁ ପଚରା ଉଚରା ପାଇଁ ସମନ ପଠାଇବା ପରେ ଗୋଆରୁ ଆସି ମୁମ୍ବାଇରେ ପହଂଚିଛନ୍ତି ସାରା । ଆସନ୍ତାକାଲି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଆଗରେ ହାଜର ହେବେ ସାରା । ଅଭିନେତ୍ରୀ ଶ୍ରଦ୍ଧା କାପୂରଙ୍କ ସମେତ ୭ ଜଣଙ୍କୁ ପଚରାଉଚରା କରିବା ପାଇଁ ସମନ କରିଛି ଏନସିବି । ରିଆ ଚକ୍ରବର୍ତୀ ଗିରଫ ହେବା ପରେ ଡ୍ରଗ୍ସ ଲିଙ୍କ ନେଇ ଯାହା ଯାହା ନାଁ କହିଛନ୍ତି, ସେମାନଙ୍କୁ ହାଜର ହୋଇ ଜବାବ ରଖିବା ପାଇଁ କୁହାଯାଇଛି ।