ଲୋକପ୍ରିୟ ଧାରାବାହି ରକ୍ତ ସମ୍ପର୍କର ପ୍ରମୋ ରିଲିଜ୍ । ଆସନ୍ତା ଅଗଷ୍ଟ ୩୦ରୁ ହେବ ପ୍ରଶାରଣ

Advertisment
ଲୋକପ୍ରିୟ ଧାରାବାହି ରକ୍ତ ସମ୍ପର୍କର ପ୍ରମୋ ରିଲିଜ୍ । ଆସନ୍ତା ଅଗଷ୍ଟ ୩୦ରୁ ହେବ ପ୍ରଶାରଣ

କନକ ବ୍ୟୁରୋ: ଦର୍ଶକଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଶେଷରେ ଅଵସାନ ଘଟିଛି। କାରଣ ମନୋରଂଜନ ଚ୍ୟାନେଲ୍ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁଥିବା ମେଗା ଧାରାବାହିକ ‘ରକ୍ତ ସମ୍ପର୍କ’ ଅଫିସିଆଲ ପ୍ରମୋ ରିଲିଜ ହୋଇଯାଇଛି। ଆସନ୍ତା ଅଗଷ୍ଟ ୩୦ ତାରିଖରୁ ପ୍ରତି ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ ମେଗା ଧାରାବାହିକର ‘ରକ୍ତ ସମ୍ପର୍କ’ର ମଜା ନେଇ ପାରିବେ ଦର୍ଶକ।

ତେବେ ଏହି ସିରିଏଲ ଜରିଆରେ ପୁଣିଥରେ ଟିଭି ପରଦାକୁ ଫେରୁଛନ୍ତି ଲିପି। ଓଡ଼ିଆ ଆଲବମ୍, ଧାରାବାହିକ ଓ ସିନେମାର ଜଣାଶୁଣା ନାୟିକା ଲିପିଙ୍କ ବିପକ୍ଷର ନାୟକ ସାଜିଛନ୍ତି ଚଳଚ୍ଚିତ୍ର ଅଭିନେତା ଅଭିନେତା ପାର୍ଥ। ଏ ଦୁହିଁଙ୍କ ବ୍ୟତୀତ ‘ରକ୍ତ ସମ୍ପର୍କ’ ଧାରାବାହିକରେ ଅନେକ ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିବ।
ଏହି ଧାରାବାହିକରେ ଲିପିଙ୍କ ପ୍ରଥମ ଲୁକ୍ ଦର୍ଶକଙ୍କ ପସନ୍ଦ ହେଇଛି। ଏହାର ପ୍ରମୋ ପୂର୍ବରୁ ଲିପି ମଞ୍ଜରୀର ଫେସବୁକ୍ ଲାଇଭ୍‌ ଜରିଆରେ ନିଜର ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସୋସିଆଲ ମିଡିଆରେ ମଧ୍ୟ ଲିପି ଲୋକପ୍ରିୟ। ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ କିଛି କମ୍ ନାହାନ୍ତି। ତେବେ ଆସନ୍ତା ୩୦ରୁ ଲିପି ଓ ପାର୍ଥଙ୍କ କେମେଷ୍ଟ୍ରି ମଞ୍ଜରୀର ଏହି ମେଗା ଧାରାବାହିକ ‘ରକ୍ତ ସମ୍ପର୍କ’ରେ ମଜାଦାର ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe