କନକ ବ୍ୟୁରୋ : ରକ୍ତ ଚରିତ୍ର ପାର୍ଟ-୫ । ପୁଣି ଭାଇରାଲ ହେଲା ରକ୍ତଚରିତ୍ର ଗ୍ରୁପର ଆଉ ଏକ ଭିଡିଓ । ରାତି ୩ଟାରେ କାର ଉପରେ ଷ୍ଟଂଟ ସୋ କରିବାର ଭିଜୁଆଲ ସାମ୍ନାକୁ ଆସିଛି । ରାତି ୩ଟାରେ କାରର ଡୋର ଖୋଲି ବିପଦଜନକ ଡ୍ରାଇଭିଂ କରୁଛନ୍ତି ଯୁବକ । ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିସାରିଛନ୍ତି । ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ୍ ପଶି ଖୋଳତାଡ଼ କରିବାର ଦିନକ ପରେ ଗତକାଲି କୋର୍ଟରେ ଆତ୍ମସମର୍ପଣ କରଥିଲେ ଦୁଇ ଅଭିଯୁକ୍ତ ।
ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ ଓରଫ ସନାତନ ବେହେରା । ରାସ୍ତା ଉପରେ ହତିଆର ଧରି ଭୟ ଖେଳାଉଥିବା ଏହି ଅପରାଧୀଙ୍କ ମନରେ ଏବେ ପଶିଛି କମିଶନରେଟ ପୋଲିସର ଭୟ । ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ ଜାରି ରଖିଛି କମିଶନରେଟ ପୋଲିସ୍ । ଗ୍ୟାଙ୍ଗ ସଦସ୍ୟ ସଂଜୟ ଖୁଂଟିଆଙ୍କ ବ୍ରିଟ କଲୋନୀରେ ଥିବା ଘରେ ପୋଲିସ ଚଢଉ କରି କିଛି ମାରଣାସ୍ତ୍ର ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/8-11.jpg)