କନକ ବ୍ୟୁରୋ: ଚଳିତବର୍ଷ ଗୁରୁବାର ଦିନ ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଏହି ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଜଗନ୍ନାଥଙ୍କୁ ହଳଦିଆ, ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ସେହିପରି ବଳଭଦ୍ରଙ୍କୁ ନେଳି ଓ ବାଇଗଣି ରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ ।