କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ତରଫରୁ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ନିଶା ନିବାରଣ କାର୍ଯ୍ୟକ୍ରମର ଅନୁକଳ କରାଯାଇଛି । ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ନିଶା ନିବାରଣ ବ୍ରତ ପାଳନ କରିଥିଲେ ।

Advertisment

ଏହି କାର୍ଯ୍ୟକ୍ରମର ଉର୍ଦ୍ଦେଶ୍ୟ ରହିଛି କି, ଭଉଣୀମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଶା ଠାରୁ ଦୂରେଇ ରଖିବାକୁ କଥା ନେବେ । ଏହି କ୍ରମରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧି ନିଶା ଠାରୁ ଦୂରେଇ ରହିବାକୁ ପ୍ରତିଶ୍ରୁତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏଭଳି କାର୍ଯ୍ୟକ୍ରମ ଯୁବପିଢୀଙ୍କୁ ନିଶା ଠାରୁ ଦୂରେଇ ରଖିବାକୁ ସଚେତନ କରାଇବ ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ କହିଛନ୍ତି କି, ଆଜି ପବିତ୍ର ରକ୍ଷାବନ୍ଧନରେ ଏଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବା ଏକ ବଡ କଥା । ଭଉଣୀମାନେ ଚେଷ୍ଟା କଲେ ଭାଇମାନେ ନିଶା ଠାରୁ ଦୂରେଇ ରହିପାରିବେ ।