ଗହ୍ମା ପୂର୍ଣ୍ଣମୀରେ ମହାପ୍ରଭୁ ପିନ୍ଧିବେ ରାକ୍ଷୀ । ବିଶୋୟୀ ସେବାୟତ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ

155

କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତିକ ରକ୍ଷା ବନ୍ଧନ । ଖାଲି ମଣିଷ ନୁହେଁ ଭଗବାନ ମଧ୍ୟ ସାମିଲ ହୋଇଥାଆନ୍ତି ଏହି ପବିତ୍ର ପରମ୍ପରାରେ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାଆନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଚାଲିଛି ପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି । ଗହ୍ମା ପୂର୍ଣ୍ଣିମା ଦିନ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି ଭଉଣୀ ସୁଭଦ୍ରା । ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଏହି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ହଳଦିଆ, ନାଲି ରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ, ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗି କରାଯାଏ । ଏହାକୁ ରାକ୍ଷୀ ପୂର୍ଣ୍ଣିମାରେ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତ ମାନେ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକ ମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗି କରନ୍ତି । ଏହା ସହ ଶ୍ରମନ୍ଦିରରେ ବଳଭଦ୍ରଙ୍କ ଜନ୍ମତ୍ସୋବ ନୀତି ଅନୁଷ୍ଠିତ ହୋଇଥାଏ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ସବୁ ନୀତି ଦେଖିବାରୁ ବଂଚିତ ହେବେ ଶ୍ରଦ୍ଧାଳୁ ।