ପୌଡି ଜିଲ୍ଲାର ଦେବକୁଣ୍ଡ ଗ୍ରାମର କୁନି ଝିଅ ରାକ୍ଷୀ । ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଥିଲେ କୁନି ଭାଈର ଜୀବନ । ସେଥିପାଇଁ ତାଙ୍କୁ ଜାତୀୟ ବୀରତା ପୁରସ୍କାର ପାଇଁ ଚୟନ କରାଯାଇଛି । ଏଥି ସହିତ ରାକ୍ଷୀ ନୂଆ ବର୍ଷରେ ତିନି ସେନାଧ୍ୟକ୍ଷ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ବୀରତା ପୁରସ୍କାର ପାଇଁ ଚୟନ ହେବା ପରେ କୁନି ଝିଅକୁ ଦିଲ୍ଲୀ ପଠାଇବାର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ରାକ୍ଷୀଙ୍କ ରହିବା , ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରକାରର ବ୍ୟବସ୍ଥା ଭାରତୀୟ ବାଳ କଲ୍ୟାଣ ପରିଷଦ ତରଫରୁ କରାଯାଇଛି । /kanak/media/post_attachments/wp-content/uploads/2019/12/leopard-05-300x169.jpg)
ଘଟଣାଟି ଅକ୍ଟୋବର ୪ ତାରିଖର। ୪ ବର୍ଷର ଭାଇ ସହ ଖେଳୁଥିବା ବେଳେ ଏକ କଲରାପତରିଆ ବାଘ ରାକ୍ଷୀର ଭାଇକୁ ଆକ୍ରମଣ କରିଥିଲା। ଉତ୍ତତାଖଣ୍ଡର ପାଉରି ଜିଲ୍ଲାସ୍ଥିତ ଦେବକୁଣ୍ଡାଇ ତାଲି ଗ୍ରାମର ଏହି ସାହସୀ ଝିଅ ଭାଇକୁ କଲରାପତରିଆ ବାଘ ମୁହଁରୁ ବଞ୍ଚାଇ ଚର୍ଚ୍ଚାକୁ ଆସିଥିଲେ । ସାନ ଭାଇକୁ ବାଘ ମୁହଁରେ ପଡ଼ିଥିବାର ଦେଖି ବାଘ ସହ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିଲେ ୧୧ ବର୍ଷୀୟା ବାଳିକା। ବାଘ ସହ ଲଢ଼େଇ କରି ଭାଇକୁ ବଞ୍ଚାଇଥିବା ଏହି ଝିଅ ନିଜେ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ । ରାକ୍ଷୀ ସ୍ଥାନରେ ଆଉ କିଏ ଥିଲେ ହୁଏତ ଅତି ନିକଟରୁ ବାଘଟିକୁ ଦେଖି ଦଉଡ଼ି ପଳାଇଥାନ୍ତା। ମାତ୍ର ସେ ଭାଇକୁ ବାଘ ମୁହଁରେ ନଛାଡ଼ି ବରଂ ବାଘ ଆଗକୁ ଯାଇ ସଂଘର୍ଷ କରିଥିଲେ। ବାଘ ସହ ଲଢ଼େଇ କରୁଥିବା ବେଳେ ରାକ୍ଷୀର ବେକରେ ଶକ୍ତ ଆଘାତ ଲାଗିଥିଲା। ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ପାଟି ଶୁଣି ବାଘଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ରାକ୍ଷୀକୁ ସ୍ଥାନୀୟ ଲେକେ ତୁରନ୍ତ ହସ୍ପିଟାଲ୍ ନେଇ ଚିକିତ୍ସା କରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/rakhi_1573620943-696x470.jpeg)