ବଲିଉଡରେ ଆରମ୍ଭ ହୋଇଥିବା #MeToo  ଅଭିଯାନରେ ପ୍ରଥମେ ନାନା ପାଟେକର ଏବଂ ପରେ ବିିବେକ ଅଗ୍ନିହୋତ୍ରୀ , କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଉପରେ ଲାଗିଛି ଗମ୍ଭୀର ଆରୋପ । ଏହି ଅଭିଯୋଗ ଆଉ କିଏ ନୁହଁ ଲଗାଇଛନ୍ତି କଣ୍ଟ୍ରୋଭର୍ସିଆଲ୍ କୁଇନ୍ ରାକ୍ଷୀ ସାୱନ୍ତ । ତେବେ ପୂର୍ବରୁ ମଧ୍ୟ ସେ ତନୁଶ୍ରୀଙ୍କ ଉପରେ ଡ୍ରଗସ୍ ଆଡିକ୍ଟେଡ୍ ଏବଂ ବହୁ କଥା କହି ଆରୋପ ଲଗାଇଥିଲେ । ଯାହା ଆଧାରରେ ତନୁଶ୍ରୀ ଏବେ ରାକ୍ଷୀଙ୍କ ବିରୋଦ୍ଧରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ । କିନ୍ତୁ ଏହି କଥାକୁ ହଜମ କରିପାରିନଥିଲେ ରାକ୍ଷୀ । ଶେଷରେ ପୁଣିଥରେ ରାକ୍ଷୀ ଏହି ଅଭିଯୋଗକୁ ନେଇ ଏକ ଚାଞ୍ଚଲ୍ୟକର ଆରୋପ ଲଗାଇଛନ୍ତି । ସେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ଲେସବିଆନ୍ (ସମଲିଙ୍ଗୀ) କହିବା ସହ ୧୨ ବର୍ଷ ପୂର୍ବେ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଏକ ପ୍ରେସ୍ କନଫେରେନ୍ସରେ କହିଛନ୍ତି ।

Advertisment

publive-image

ରାକ୍ଷୀ ସାୱନ୍ତ ଗଣମାଧ୍ୟମରେ ଏଭଳି ବୟାନ ଦେଇଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଏକ ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ସାମ୍ବାଦିକଙ୍କୁ ଜବାବ୍ ଦେଉଛନ୍ତି । ତେବେ ଏହି ଭିଡିଓରେ ସେ #SheToo ଅଭିଯାନର ଆରମ୍ଭ କରିବେ ବୋଲି କହୁଛନ୍ତି । ତାଙ୍କ କହିବାନୁସାରେ ତନୁଶ୍ରୀ ତାଙ୍କୁ ଜବରଦସ୍ତୀ ପାର୍ଟିକୁ ନେଇ ଯାଉଥିଲେ । ସେଠାରେ ସେ ନିଶା କରିବା ସହ କିଛି ନିଶା ପଦାର୍ଥ ରାକ୍ଷୀଙ୍କୁ ମଧ୍ୟ ସେବନ କରିବାକୁ ଦେଉଥିଲେ ରାକ୍ଷୀ ଏଥିରେ ଅରାଜି ହେବାରୁ ସେ ଜବରଦସ୍ତୀ ରାକ୍ଷୀଙ୍କୁ ପିଆଉଥିଲେ ଏବଂ ରାକ୍ଷୀ ନିଶାସକ୍ତ ହେବା ପରେ ସେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରୁଥିଲେ । ୧୨ ବର୍ଷ ପୂର୍ବେ ସେ ଏବଂ ତନୁଶ୍ରୀ ଦୁହେଁ ଘନିଷ୍ଠ ବାନ୍ଧବୀ ଥିଲେ ଏବଂ ରାକ୍ଷୀଙ୍କୁ ଏ ବିଷୟରେ ଅଧିକ ଜ୍ଞାତ ନଥିବାରୁ ସେ ଏଥିପ୍ରତି କେବେ ଏତେ ଦୃଷ୍ଟି ଦେଇନଥିଲେ କିନ୍ତୁ ପରେ ସେ ନିଜ ସଙ୍ଗତୀ ବଦଳାଇଥିଲେ ।