ଡ୍ରାମା କ୍ୱିନଙ୍କ ନୂଆ ନାଟକ । ନୂଆ ରେସଲିଂ ରିଙ୍ଗରେ ରାକ୍ଷୀ ସାୱନ୍ତଙ୍କୁ ମହିଳା ରେସଲର୍ କଚାଡି ଦେବା ପରେ ଏବେ ରାକ୍ଷୀ ଶିଖୁଛନ୍ତି ମାର୍ଶଲ ଆର୍ଟ । ରେସଲିଂ ରିଙ୍ଗରେ ରାକ୍ଷୀଙ୍କୁ କଚାଡି ଦେଇଥିଲେ ବିଦେଶୀ କୁସ୍ତି ଯୋଦ୍ଧା ପୂର୍ବରୁ ରେସଲିଂ ରିଙ୍ଗରେ କଚାଡ଼ି ହୋଇ ରାକ୍ଷୀ ସାୱନ୍ତ ଆହତ ହୋଇଥିଲେ । ଏପିରିକି ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ସମୟରେ ରାକ୍ଷୀ ସାୱନ୍ତଙ୍କ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା ବ୍ରୁସ ଲିଙ୍କ ୭୮ ତମ ଜନ୍ମଦିନ ଅବସରରେ ରାକ୍ଷୀ ଏହି ମାର୍ଶଲ ଆର୍ଟ ଶିଖିଛନ୍ତି । ମୁମ୍ବାଇରେ ଏହି ଜନ୍ମଦିନ ମନାଯାଇଥିଲା । ଏଥିରେ ରାକ୍ଷୀ ସାମିଲ ହୋଇ ମାର୍ଶଲ ଆର୍ଟ ଶିଖିଥିଲେ ।
ତେବେ ଆପଣଙ୍କୁ କହିରଖୁଛୁ କି ହରିୟାଣାର ପଂଚକୁଲାର ସେକ୍ଟର ୩ ସ୍ଥିତ ତାଉ ଦେବୀ ଲାଲ ଖେଳ ପରିସରରେ ଆୟୋଜିତ ସିଡବ୍ଲୁଇର ଆନୁକୂଲ୍ୟରେ ରେସଲିଙ୍ଗର ବଡ ଫାଇଟରେ ଅଭିନେତ୍ରୀ ରାଖୀ ସାୱନ୍ତ ଜଣେ ବିଦେଶୀ ମହିଳାଙ୍କୁ ଚ୍ୟାଲେଂଜ କରି ସେ ମାଡ ଖାଇଥିଲେ । ଯେଉଁଥିପାଇଁ ତାଙ୍କୁ ହସପିଟାଲରେ ମଧ୍ୟ କିଛି ଦିନ ରହିବାକୁ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/DRAMA-QUEEN.jpg)
/kanak/media/post_attachments/wp-content/uploads/2018/11/maxresdefault-28-300x169.jpg)