ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ ସାଓ୍ଵନ୍ତ । #ମି ଠୁ କୁ ନେଇ ହେଉ ବା ବିଗ୍ ବସ୍କୁ ନେଇ ସବୁ ବେଳେ ସେ ଦେଇଥିବା ବୟାସ ଚର୍ଚ୍ଚାର ଶୀର୍ଷରେ ରହିଥାଏ । ନିଜ କଥା ବାଣରେ ସମସ୍ତଙ୍କୁ ଆହତ କରୁଥିବା ରାକ୍ଷୀ ଏବେ ନିଜ ଆହତ ହୋଇଛନ୍ତି । ଜଣେ ମହିଳା ପହିଲମାନଙ୍କ ସହ ପଙ୍ଗା ନେବାର ଦୁଃସାହାସ ତାଙ୍କୁ ଭାରୀ ପଡ଼ିଛି । ଏହି ଦୁଃସାହସ ପାଇଁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ସହ ସେ ଚାଲି ପାରୁ ନଥିବା ମଧ୍ୟ ଦେଖାଯାଇଛି । ଏହି ଘଟଣା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କଣ୍ଠଶିଳ୍ପୀ ମିକା ସିଂହ ଏ ନେଇ ଏକ ମଜାଦାର ଟୁଇଟ୍ କରିଥିବା ଦେଖାଯାଇଛି । ଘଟଣା ସମୟର ଭିଡ଼ିଓ ପୋଷ୍ଟ କରି “ଜବ୍ ସେ ପେହ୍ନା ହେ ମୈନେ ୟେ ଇସ୍କ ଶେହରା,ଖଲିବଲି ହୋ ଗୟା ହୈ ଦିଲ୍…..ମେରା ବେଟା ଛା ଗୟା……ରାକ୍ଷୀ ସାଓ୍ଵନ୍ତ ଇଜ୍ ରକିଂ ଇନ୍ ରେସ୍ଲିଂ” ବୋଲି ଲେଖି ରାକ୍ଷୀଙ୍କୁ ଥଟ୍ଟା କରିଥିବା ଦେଖାଯାଇଛି ।
Jabse pehna hai maine ye ishq sehra #khalibali ho gaya hai dil😎😎😎... Mera beta chha gaya .. #Rakhisawant is rocking in #wrestling.. pic.twitter.com/sMfvZYKIJy
— King Mika Singh (@MikaSingh) November 12, 2018
ସୂଚନା ମୁତାବକ, ୨୦୦୬ରେ ରାକ୍ଷୀ କଣ୍ଠଶିଳ୍ପୀ ମିକା ସିଂହଙ୍କ ଉପରେ ଅସଦାଚରଣ ଆରୋପ ଲଗାଇଥିଲେ । ଯାହା ପରଠାରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ଏକ ଜନ୍ମଦିନ ପାର୍ଟିରେ ମିକା ରାକ୍ଷୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଚୁମ୍ବନ ଦେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା ।