କନକ ବ୍ୟୁରୋ : ରାଖୀ ସାୱନ୍ତ ନିଜ ଦାମ୍ପତ୍ୟ ଜୀବନକୁ ନେଇ ବଡ଼ ସୂଚନା ଦେଇଛନ୍ତି । ଯେତେବେଳେ ରାଖୀ ସାୱନ୍ତ ବିବାହ କରିଥିଲେ, ଅବଶ୍ୟ ସେ ତାଙ୍କ ସ୍ୱାମୀ ରିତେଶଙ୍କ ସହ ଲୋକଙ୍କୁ ପରିଚିତ କରାଇନଥିଲେ । କିନ୍ତୁ ତାଙ୍କ ସ୍ୱାମୀ ରିତେଶ ବିଗ୍ ବସ୍ ୧୫ ରେ ରାଖୀ ସାୱନ୍ତଙ୍କ ସହ ଆସିଥିଲେ । ଏହି ସମୟରେ ରାଖୀ ରିତେଶଙ୍କୁ ପୂରା ବିଶ୍ୱ ସହିତ ପରିଚିତ କରାଇଥିଲେ । ଆଉ ଏବେ ରାଖୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି ।

Advertisment

publive-image

ସେମାନଙ୍କ ବିବାହ ବିଚ୍ଛେଦ ଘଟିଥିବା ନେଇ ରାକ୍ଷୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରାକ୍ଷୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି- ‘ମୁଁ ଏବଂ ରିତେଶ ପରସ୍ପରଠାରୁ ଅଲଗା ହୋଇଯାଇଛୁ । ‘ବିଗ୍ ବସ୍’ ପରେ ଅନେକ ଘଟଣା ଘଟିଥିଲା ​​ ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା । ସେସବୁ ସୁଧାରି ନେବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ । କିନ୍ତୁ ଶେଷରେ ଆମେ ନିଜ ଜୀବନକୁ ଅଲଗା ହୋଇ ବିତାଇବାକୁ ସ୍ଥିର କଲୁ । ମୁଁ ବହୁତ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ ଏସବୁ ଘଟିଛି ।’ ବର୍ତ୍ତମାନ ମୋତେ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ ଏବଂ ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ । ମୋତେ ବୁଝିଥିବାରୁ ଏବଂ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ... ରାଖୀ ସାୱନ୍ତ ।

ସୂଚନାନୁସାରେ, ୧୬ ଏପ୍ରିଲ ୨୦୨୦ ରେ ରାକ୍ଷୀ ସାୱନ୍ତ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ପରିଚୟ ଲୁଚାଇ ରଖିଥିଲେ । ରାକ୍ଷୀ ଲେଖିଥିଲେ ଯେ ସେ ଦୁହେଁ ବିବାହ କରିଛନ୍ତି । ହେଲେ ଦୁଇ ବର୍ଷ ପର୍ୟ୍ୟନ୍ତ ବିବାହ ଲୁଚାଇବା ପରେ ରାଖୀ ସାୱନ୍ତ ବିଗ୍ ବସ୍ ୧୫ ରେ ତାଙ୍କ ସ୍ୱାମୀଙ୍କ ପରିଚୟ ପ୍ରକାଶ କରିଥିଲେ । ସେ ଜଣେ ବ୍ୟବସାୟୀ ବୋଲି ରିତେଶଙ୍କୁ ପରିଚୟ କରାଯାଇଥିଲା ।

ବିଗ୍ ବସ୍ ୧୫ ରେ ରାକ୍ଷୀ ସାୱନ୍ତ ଏବଂ ରିତେଶଙ୍କ ବିବାହ ଆଇନଗତ ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଥିଲା । ରାକ୍ଷୀ ସାୱନ୍ତ କହିଥିଲେ ଯେ ତାଙ୍କ ବିବାହ ପଞ୍ଜିକୃତ ହୋଇନାହାଁନ୍ତି । କେବଳ ଗୋଟିଏ କୋଠରୀରେ, ଭଗବାନଙ୍କୁ ସାକ୍ଷୀ ଭାବରେ ବିବେଚନା କରି ଏହି ବିବାହ କରାଯାଇଥିଲା । ସେ ଆଇନର ଦୃଷ୍ଟିରେ ଅବିବାହିତ ଅଛନ୍ତି । କୁହାଯାଏ ଯେ ରିତେଶ ପୂର୍ବରୁ ବିବାହିତ ଏବଂ ତାଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ  ।