କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସୃଷ୍ଟି ହୋଇଛି ଏକ ବଡ଼ ଦ୍ୱନ୍ଦ୍ୱ । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ ହୁଏ । କିନ୍ତୁ ଚଳିତବର୍ଷ ଯୋଡ଼ା ଶ୍ରାବଣ ହୋଇଥିବାରୁ ଭଉଣୀମାନେ କେବେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Advertisment
  • ରାକ୍ଷୀ ବାନ୍ଧିବେ କେଉଁ ଦିନ ?
  • ଅଗଷ୍ଟ ୩୦ ନା’ ଅଗଷ୍ଟ ୩୧ ତାରିଖ

ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିବାରୁ ଭାଇଙ୍କ ହାତରେ ଭଉଣୀ କେବେ ରାକ୍ଷୀ ବାନ୍ଧିବେ ତାକୁ ନେଇ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ କାହିଁକି ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ନଜର ପକାନ୍ତୁ ।

  • ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ ହୁଏ
  • ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାର ତିଥି ଦୁଇ ଦିନ ପଡ଼ୁଛି । ଉଭୟ ବୁଧବାର ଓ ଗୁରୁବାର
  • ୩୧ ଅଗଷ୍ଟ ଯାଏଁ ପୂର୍ଣ୍ଣିମା ତିଥି ଲାଗି ରହିବ
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟର ଭଦ୍ରାକାଳ
  • ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ
  • ଯେମିତି ବିବାହ, ବ୍ରତ, ଭୂମିପୂଜା ଆଦି କରାଯାଏ ନାହିଁ
  • ତେଣୁ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କିଛି ବିଶାରଦ ମତ ରଖୁଛନ୍ତି
  • କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ
  • ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ
  • ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହଁ
  • ତେଣୁ ୩୦ ତାରିଖରେ ବିନା ସଂକୋଚରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ

ଜ୍ୟୋତିର୍ବିଦ୍ କହିଛନ୍ତି, ଓଡ଼ିଶାର ଉପକୂଳ ଜିଲ୍ଳାରେ ମୁଖ୍ୟତଃ ଜଗନ୍ନାଥ ପାଞ୍ଜି ଅନୁସାରେ, ମାଙ୍ଗଳିକ କାର୍ଯ୍ୟ ହୋଇଥାଏ । ତେଣୁ ବୁଧବାର ରାକ୍ଷୀ ପୂର୍ଣ୍ଣମୀରେ ଦିନଯାକ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିପାରିବେ । ଗହ୍ମାପୂର୍ଣ୍ଣମୀ ଏବଂ ବଳଭଦ୍ର ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇପାରିବ । ସେପଟେ ଉକ୍ରଳରେ ଦିନେ ଏବଂ ଶ୍ରୀମନ୍ଦିରରେ ଦିନେ ତେଣୁ ଗୁରୁବାର, ଶ୍ରୀମନ୍ଦିରରେ ରାକ୍ଷୀ ଲାଗି କରାଯିବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା ।