ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ । ଏପ୍ରିଲ ୩ରେ ବିଜାପୁର ଘଟଣା ପରେ ଅପହୃତ ହୋଇଥିଲେ ଯବାନ ।

253

କନକ ବ୍ୟୁରୋ: ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ । କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ଛାଡିଲେ ନକ୍ସଲ ।  ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ ଖବର ମିଳିଛି ।

ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଂଚଳରେ ସରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ  । ଏଥିରେ ଦୁଇ ପଟରୁ ଜୋରଦାର ଗୁଳି ବର୍ଷା ହୋଇଥିଲା । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ହେଲେ ଏହାପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇ ଖବର ଆସିଥିଲା । ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ହେଲେ ସରକାରୀଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଏବେ ଯବାନଙ୍କୁ ମାଓବାଦୀମାନେ ଛାଡି ଥିବା ନେଇ ଖବର ମିଳିଛି ।