ଲକ୍ଷ୍ନୌରେ ଗର୍ଜିଲେ ରାକେଶ ଟିକାୟତ: କହିଲେ, ହତ୍ୟାକାରୀକୁ ହିରୋ କଲେ ଜାରି ରହିବ ଆନ୍ଦୋଳନ

211

କନକ ବ୍ୟୁରୋ: ଚାଷୀ ନେତା ରାକେଶ ଟିକାୟତ ସୋମବାର ଲକ୍ଷ୍ନୌର ବଙ୍ଗଲା ବଜାର ସ୍ଥିତ ଇକୋ ଗାର୍ଡେନରେ କିସାନ ମହାପଞ୍ଚାୟତକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ କହିଥିଲେ କି, ଚାଷୀମାନେ ଏବେ ଆନ୍ଦୋଳନ ସ୍ଥଗିତ କରିବା ମୁଡରେ ନାହାନ୍ତି ।

ତାଙ୍କ କହିବାଅନୁସାରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଗିରଫ କରିବା ତାଙ୍କର ପ୍ରମୁଖ ଦାବି । ସରକାରଙ୍କୁ ଟାର୍ଗେଟ କରି ଟିକାୟତ କହିଛନ୍ତି କି, ସରାକର ହତ୍ୟାକାରୀକୁ ହିରୋ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ଏମିତି ହୁଏ ତେବେ ଆମ ଆନ୍ଦୋଳନ ଆଉ ବନ୍ଦ ହେବନି ବରଂ ଜାରି ରହିବ ।

ସେ ଆହୁରି କହିଛନ୍ତି କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପରେ ବି ସରକାର କୃଷକମାନଙ୍କ ସହ ଆଲୋଚନା କରିବାକୁ ରାଜି ହେଉନାହାନ୍ତି । ସରକାର ପ୍ରକୃତରେ କୃଷି ଆଇନ ପ୍ରତ୍ୟାହାର କଲେ ଯାଇ ଆମେମାନେ ଘରୁ ଫେରିବା ଆରମ୍ଭ କରିବୁ । ସୂଚନାଯୋଗ୍ୟ ଯେ, କୃଷି ଆଇନ ପ୍ରତ୍ୟାହାର ପରେ କୃଷକମାନେ ଆଉ ୬ଟି ଦାବି ରଖିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଏମଏସପିକୁ ଆଇନଗତ ସୁରକ୍ଷା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର, ଆନ୍ଦୋଳନକାରୀ କୃଷକଙ୍କ ନାମରୁ ମାମଲା ପ୍ରତ୍ୟାହାର ଇତ୍ୟାଦି ।