ଦାବି ପୂରଣ ନହେଲେ ଅକ୍ଟୋବର ୨ ଯାଏଁ ଜାରି ରହିବ ଆନ୍ଦୋଳନ । ଚାଷୀ ନେତାଙ୍କ ଚେତାବନୀ

Advertisment
ଦାବି ପୂରଣ ନହେଲେ ଅକ୍ଟୋବର ୨ ଯାଏଁ ଜାରି ରହିବ ଆନ୍ଦୋଳନ । ଚାଷୀ ନେତାଙ୍କ ଚେତାବନୀ

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନିଟି ଯାକ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଦୋଳନରତ ଚାଷୀମାନେ ଅକ୍ଟୋବର ୨ ଯାଏ ସମୟ ଦେଇଛନ୍ତି। ଚାଷୀମାନଙ୍କ ଦାବି ପୂରଣ ନହେଲା ଯାଏ ଅନ୍ତତଃ ଆଗାମୀ ଅକ୍ଟୋବର ୨ ଯାଏ ସେମାନଙ୍କ ଆନ୍ଦୋଳନ ଏପରି ଜାରି ରହିବ ବୋଲି ଭାରତୀୟ କିଷାନ ୟୁନିଅନ୍‌(ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି। ଅପରପକ୍ଷେ, ଚାପରେ ରହି ଚାଷୀ ନେତାମାନେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରୁନାହାନ୍ତି। ତେବେ ଏହି ସମୟ ସୀମା ଭିତରେ ଚାଷୀମାନଙ୍କ ଦାବି ପୂରଣ ନହେଲେ ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସେତେବେଳେ ସ୍ଥିର କରିବେ ବୋଲି ସେ କହିଛନ୍ତି।

ଆଜି ଦେଶବ୍ୟାପୀ ଚକାଜାମ୍‌ ଆନ୍ଦୋଳନ ବେଳେ କିଛି ଲୋକ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହିଂସାକାଣ୍ଡ ରଚାଇବା ପାଇଁ ସୂଚନା ପାଇ ସେଠାରେ ଏହି ଆନ୍ଦୋଳନ ନ କରିବା ପାଇଁ ଟିକାୟତ ଆହ୍ବାନ ଦେଇଥିଲେ। ତେବେ ଏହି ଦୁଇ ରାଜ୍ୟର ଚାଷୀଙ୍କୁ ଯେ କୌଣସି ସମୟରେ ଦିଲ୍ଲୀରେ ସମବେତ ହେବା ପାଇଁ କୁହାଯିବ ବୋଲି ସେ କହିଛନ୍ତି। ଚାଷୀମାନଙ୍କ ସହ ଆଲୋଚନା ପାଇଁ ସରକାର ତତ୍ପର ଏବଂ ଗୋଟିଏ ଫୋନ୍‌ ଦୂରରେ ହିଁ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନକୁ ନେଇ ଆଜି ଟକାୟତ ପ୍ରଶ୍ନ ଉଠାଇଛନ୍ତି। କେଉଁ ଫୋନ୍‌ ନମ୍ବରରେ ଆମେ ଫୋନ୍‌ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe