କନକ ବ୍ୟୁରୋ: କୁସ୍ତି ଖେଳାଳୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ପାଣିପାଗ ପୁଣି ଗରମ ହୋଇଛି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି କୁସ୍ତି ଖେଳାଳୀଙ୍କ ସମର୍ଥନ କରିଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ କୃଷକ ନେତା ରାକେଶ ଟିକାୟତ ଖେଳାଳୀଙ୍କ ପାଇଁ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଶୀଘ୍ର ଖେଳାଳୀମାନଙ୍କୁ ଛଡାଯାଉ । ପରେ ଆମକୁ ଗିରଫ କରାଯାଉ । ଅସଲରେ ରାକେଶ ଟିକାୟତ ନିଜର ସମର୍ଥକମାନଙ୍କ ସହ ଦିଲ୍ଲୀରେ ପ୍ରବେଶ କରିବାକୁ ଚାହୁଁଥିଲେ । ତେବେ ସୀମାରେ ତାଙ୍କୁ ରୋକିଛି ପୁଲିସା