କନକ ବ୍ୟୁରୋ : କୃଷକ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ ହୋଇଛି । କର୍ଣ୍ଣାଟକରେ ତାଙ୍କ ଉପରକୁ କାଳି ଫୋପଡାଯାଇଛି । ସଭା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏହାଭିତରେ ଟିକାୟତଙ୍କ ଉପରେ କାଳିମାଡ ହୋଇଥିଲା । ସେପଟେ ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ ଉପରେ ମଧ୍ୟ କାଳି ଫିଙ୍ଗାଯାଇଥିଲା ।

Advertisment

ରାକେଶ ମଞ୍ଚରେ ଷ୍ଟିଙ୍ଗ ଅପରେସନର ବାବଦରେ ସ୍ପଷ୍ଟୀକରଣ ରଖୁଥିଲେ । ସେତେବେଳେ ତାଙ୍କ ଉପରକୁ କାଳିମାଡ ହୋଇଥିଲା । କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଏଥିରେ ସେ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା । ରାକେଶ ଟିକାୟତ ଏନେଇ ସ୍ପଷ୍ଟୀକରଣ ରଖୁଥିବାବେଳେ ଏହି ଘଟଣା ଘଟିଛି । ଏହାକୁ ନେଇ ପ୍ରେସମିଟ୍ ଚାଲିଥିବା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଭାଇରାଲ ଭିଡିଓକୁ ନେଇ ଦୁଇଗୋଷ୍ଠୀ ପରସ୍ପର ଉପରକୁ ଚେୟାର ଫୋପାଡିଥିଲେ ।

ସେପଟେ ରାକେଶ ଟିକାୟତଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ପାଇଁ ସେ ପୋଲିସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ସଭାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ଯେଉଁଥିପାଇଁ ଏହି ଘଟଣା ଘଟିଲା ।