କନକ ବ୍ୟୁରୋ: ଦିଲ୍ଲୀ ସୀମାରେ କୃଷକଙ୍କ ୧୩ ମାସର ଆନ୍ଦୋଳନ କେବଳ ଟ୍ରେନିଂ ଥିଲା । ଚାଷୀଙ୍କ ଚାପରେ ମୋଦୀ ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ ଚାଷୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ହେଲେ ଏମଏସପିକୁ ନେଇ ଆଇନ ନଆଣିଲେ ପୁଣି ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି ଦେଶର ସବୁଠୁ ଚର୍ଚ୍ଚିତ କୃଷକ ନେତା ରାକେଶ ଟିକାୟତ ।
ବିଦାୟୀ ବର୍ଷରେ ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ ଘଟଣା ଥିଲା କୃଷି ବିଲ ନେଇ ଚାଷୀଙ୍କ ସଂଘର୍ଷ ଓ କୃଷି ବିଲ୍ ପ୍ରତ୍ୟାହାର । ସାରାଦେଶରେ ଚାଷୀଙ୍କୁ ଏକାଠି କରି ଆନ୍ଦୋଳନକୁ ସଠିକ ନେତୃତ୍ୱ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଭାଗ ନେଇ ଟିକାୟତ କହିଛନ୍ତି, ଚାଷୀର ସମସ୍ତ ଉତ୍ପାଦ ଉପରେ ଏମଏସପି ଦିଅନ୍ତୁ ସରକାର ।
ସେହିପରି ଆଗକୁ ଅଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ କୃଷି ଆନ୍ଦୋଳନର ସବୁଠୁ ବଡ ଚେହେରା ରାକେଶ ଟିକାୟତ ମଧ୍ୟ ନିର୍ବାଚନୀ ରାଜନୀତି ଜରିଆରେ କୃଷକଙ୍କ ଲଢେଇକୁ ନିର୍ଣ୍ଣାୟକ ମୋଡ ଦେଇପାରନ୍ତି ଚର୍ଚ୍ଚା ଜୋର ଧରିଛି । ଯାହାକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ।
ତେବେ କୃଷକ ସଂଗଠନର ଦାବିକୁ ମାନି ନେଇ ବିବାଦୀୟ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ହେଲେ ଦେଶର ସର୍ବୋଚ୍ଚ ନେତାଙ୍କ ଉପରେ ଭରସା କରିପାରୁ ନାହାନ୍ତି କୃଷି ସଂଗଠନର ସର୍ବମାନ୍ୟ ନେତା ରାକେଶ ଟିକାୟତ । ତେବେ ଏସବୁ ଭିତରେ ଦିଲ୍ଲୀ ସୀମାରୁ ଚାଷୀମାନେ ଘରକୁ ଫେରି ଯାଇଛନ୍ତି ସତ । ହେଲେ ଦେଶର ଚାଷୀଙ୍କ ହିତରେ ମୋଦୀ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ନିର୍ଭର କରୁଛି କୃଷକ ଆନ୍ଦୋଳନର ଭବିଷ୍ୟତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/12/14-31.jpg)