ହ୍ରିତିକ ରୋଶନ ଓ ଶାହାରୁଖ ଖାନଙ୍କୁ ନେଇ ନିର୍ମିତ ହୋଇପାରେ ୯୦ ଦଶକର ହିଟ ସିନେମା ‘କରନ ଅର୍ଜୁନ’ର ସିକ୍ୱେଲ । କାବିଲ’ର ପ୍ରମୋସନ ସମୟରେ ଶାହାରୁଖଙ୍କ ସହ ଏନେଇ ନିର୍ମାତା ରାକେଶ ରୋଶନ ଆଲୋଚନା କରିଥିବା ଜଣାପଡିଛି ।
ସିନେମାର ସୁଟିଂ ପାଇଁ କିଙ୍ଗ ଖାନ ଗୋଟେ ସର୍ତ୍ତ ମଧ୍ୟ ରଖିଛନ୍ତି । ସ୍କ୍ରିପ୍ଟ ପସନ୍ଦ ଆସିଲେ ସେ ସିକ୍ୱେଲରେ ଅଭିନୟ କରିବେ ବୋଲି କହିଛନ୍ତି । ଅନ୍ୟପଟେ ସିକ୍ୱେଲ ନିର୍ମାଣ ପାଇଁ ଉଭୟ ହ୍ରିତିକ ଓ ଶାହାରୁଖଙ୍କୁ ନେଇ ରାକେଶ ରୋଶନ ବେଶ ଆଗ୍ରହୀ ଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Karan-arjun-2.jpg)