ରାକେଶ ଆସ୍ଥାନାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ପଦୋନ୍ନତି

Advertisment
ସିବିଆଇ ଉପରେ ଚଡ଼କ ! ଆଲୋକ ବର୍ମାଙ୍କ ପରେ ରାକେଶ ଅସ୍ତାନାଙ୍କ ଉପରେ ଆକସନ୍, କାର୍ଯ୍ୟକାଳ ଶେଷ ପୂର୍ବରୁ ପଦବୀରୁ ହଟାଇଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : ରବିବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ଗୁଜୁରାଟ କ୍ୟାଡର ର ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ପଦରେ ନିଯୁକ୍ତି ଦେଇଛି।୧୯୮୪ ବ୍ୟାଚର ଆଠ ଜଣ ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତିର ଅଂଶ ସ୍ୱରୂପ ଆସ୍ଥାନାଙ୍କ ପଦୋନ୍ନତି ହୋଇଛି। ସମ୍ପ୍ରତି ଆସ୍ଥାନା ସିବିଆଇର ଅତିରିକ୍ତ ନିର୍ଦେଶକ ଅଛନ୍ତି। ସେ ଅଗଷ୍ଟା ଓ୍ଵଷ୍ଟଲାଣ୍ଡ ଦୁର୍ନୀତି, ଦିଲ୍ଲୀ ସରକାରଙ୍କ ସହ ଜଡ଼ିତ ଦୁର୍ନୀତି ଅଭିଯୋଗ ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ସହ ଅନ୍ୟାନ୍ୟ ଅନେକ ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି।ସିବିଆଇର ନିର୍ଦେଶକ ଆଲୋକ ବର୍ମାଙ୍କ ପରେ କେନ୍ଦ୍ରୀୟ ଦୁର୍ନୀତି ବିରୋଧୀ ଏଜେନ୍ସିରେ ସେ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ଅଧିକାରୀ।

ଆସ୍ଥାନାଙ୍କ ଛଡ଼ା, ୧୯୮୪ ବ୍ୟାଚର ବାକି ସାତ ଜଣ ଆଇପିଏସ ଅଧିକାରୀଙ୍କୁ କ୍ୟାବିନେଟର ନିଯୁକ୍ତି କମିଟି କେନ୍ଦ୍ରୀୟ ଏଜେନସି ଏବଂ କେନ୍ଦ୍ରୀୟ ପାରାମିଲିଟାରି ଏଜେନସିରେ ସ୍ପେସାଲ ଡିରେକ୍ଟର କିଂବା ସ୍ପେସାଲ ଡିରେକ୍ଟର ଜେନେରାଲ ପଦବୀକୁ ଉନ୍ନିତ କରିଛି ।ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ମଧ୍ୟରୁ ଦୀପକ କୁମାର ମିଶ୍ରଙ୍କୁ ସିଆରପିଏଫରେ ସ୍ପେସାଲ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଏବେ ସେ ସେନାରେ ଆଡିସାନାଲ ଡିଜି ପଦବୀରେ ଅଛନ୍ତି।

ସମ୍ପ୍ରତି ବିଏସଏଫର ଏଡିଜି ଥିବା ଏ ପି ମାହେଶ୍ୱରୀଙ୍କୁ ବର୍ଡର ଗାର୍ଡିଙ୍ଗ ଫୋର୍ସର ସ୍ପେସାଲ ଡିଜି ପଦକୁ ଉନ୍ନିତ କରାଯାଇଥିବାବେଳେ, ପିଏସଏଫର ଅନ୍ୟ ଜଣେ ଏଡିଜି ରାଜେଶ ରଞ୍ଜନଙ୍କୁ ସ୍ପେସାଲ ଡିଜି କରାଯାଇଛି।ଗୁଇନ୍ଦା ବ୍ୟୁରୋର ଅତିରିକ୍ତ ନିର୍ଦେଶକ ଥିବା ଓଡ଼ିଶା କ୍ୟାଡର୍ର ଆଇପିଏସ ଅଧିକାରୀ ଗୁରୁବଚନ ସିଂହଙ୍କୁ ଆଇବିର ସ୍ପେସାଲ ଡାଇରେକ୍ଟର ପଦବୀରେ ଅଧିଷ୍ଠିତ କରାଯାଇଛି। ଆଇବିରେ ଥିବା ଅନ୍ୟ ଜଣେ ନିର୍ଦେଶକ ଅରବିନ୍ଦ କୁମାରଙ୍କୁ ମଧ୍ୟ ସ୍ୱତନ୍ତ୍ର ନିର୍ଦେଶକ ପଦବୀକୁ ଉନ୍ନିତ କରାଯାଇଛି ।ସିଆରପିଏଫର ଏଡିଜି ସୁଦୀପ ଲାଖତାକିଆଙ୍କୁ ସିଆରପିଏଫର ସ୍ପେସାଲ ଡିଜି କରାଯାଇଛି।ପୂର୍ବତନ ୟୁପି ଡିଜିପି ଜାେଓ୍ଵଦ ଅହମଦଙ୍କୁ ସ୍ପେସାଲ ଡିଜି ରୟେଙ୍କ ମିଳିଛି। ଏବେ ତାଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କ୍ରିମିନୋଲଜି ଆଣ୍ଡ ଫୋରେନସିକ ସାଇନସେସର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe