ରାଜ୍ୟସଭା ରେସ : କାହାକୁ ଭରସା କରିବ ବିଜେଡି? ନୂଆଙ୍କୁ ସୁଯୋଗ ନା ବରିଷ୍ଠଙ୍କ ଉପରେ ଭରସା !

216

କନକ ବ୍ୟୁରୋ : ରାଜ୍ୟସଭାର ୩ ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିବାରୁ ନୂଆ ସଦସ୍ୟ ରାଜ୍ୟସଭାକୁ ଯିବେ । ସଂଖ୍ୟା ଦୃଷ୍ଟିରୁ ୩ ଟି ଯାକ ଆସନ ବିଜେଡି ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ବିଜେଡି ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ କୁହାଯାଉଛି ଜଣେ ମହିଳା, ଜଣେ ବରିଷ୍ଠ ସାଂସଦ ଓ କର୍ପୋରେଟ ଜଗତ ସହ ଜଡିତ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଇପାରେ ବିଜେଡି । ଏ ଦୃଷ୍ଟିରୁ ଦେଖିଲେ
-ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପୁରୀ ସାଂସଦ ପିନାକୀ ମିଶ୍ର
-ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁ ବି ରେସରେ ଥିବା କୁହାଯାଉଛି
– ଶୁକ୍ରବାର ବିଜେଡିରେ ସାମିଲ ହୋଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ବି ଆଗରେ ଅଛି

ଗତଥର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇଦେଇଥିଲେ ନବୀନ ପଟ୍ଟନାୟକ । ତେଣୁ ବିଜେଡି ସୁପ୍ରିମୋ ଏଥର ଯେ ସରପ୍ରାଇଜ କାର୍ଡ ଖେଳିବେନି ତାର ଆକଳନ କରିବା କଷ୍ଟକର । ଏହାଛଡା ପ୍ରତିଶ୍ରୃତି ମୁତାବକ ଟିକେଟ ପାଇବାକୁ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ନାଁ ବି ରାଜ୍ୟସଭା ରେସରେ ରହିଛି ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୨୭ ତାରିଖରେ ହେବ ଭୋଟ । ତେଣୁ ସୋମବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି ।