କିଏ ଯିବେ ରାଜ୍ୟସଭା । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରସନ୍ନ ଆଚାର୍ଯ୍ୟ, ଓ ବିଷ୍ଣୁଦାସ ଓ ଏନ ଭାସ୍କର ରାଓଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛିନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁପିନ୍ଦର ସିଂ, ବୈଷ୍ଣବ ପରିଡା ଓ ପ୍ୟାରିମୋହନ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଏହି ତିନି ନେତାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ନବୀନ ନିଷ୍ପତି ନେଇଛନ୍ତି । ତେବେ ଏହି ତିନି ନେତାଙ୍କ ରାଜନୈତିକ ଜୀବନ କଣ ? କିପରି ବିଜେଡିରେ ଏମାନେ ନିଜର ପ୍ରଭାବ ବିସ୍ତାର କରିଥିଲେ ? ଏବଂ କେଉଁ ମାପକାଠି ବଳରେ ଏହି ତିନି ନେତା ରାଜ୍ୟସଭାର ଟିକେଟ ପାଇଲେ ? ଏମିତି ତମାମ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ : ପ୍ରସନ୍ନ - ବିଷ୍ଣୁ- ଭାସ୍କର
ପ୍ରସନ୍ନ - ବିଷ୍ଣୁ- ଭାସ୍କର
/kanak/media/post_attachments/wp-content/uploads/2016/05/vlcsnap-2016-05-27-17h40m25s772.png)