କନକ ବ୍ୟୁରୋ : ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ସର୍ବକନିଷ୍ଠ ଓଡିଆ ସାଂସଦ ଭାବେ ସେ ଗୃହରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉପାଧ୍ୟକ୍ଷ ପ୍ୟାନେଲରେ ତାଙ୍କୁ ସାମିଲ କରାଯାଇଥିଲା ।
ଆଜି ଗୃହରେ ଅଧ୍ୟକ୍ଷତା କରୁଥିବାବେଳେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା, କଂଗ୍ରେସ ନେତା ଦିଗବିଜୟ ସିଂହ ଓ ତୃଣମୂଳ କଂଗ୍ରେସର ଡେରେକ ଓବ୍ରେନ କହିବାର ସୁଯୋଗ ପାଇଥିଲେ । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ବି ରାଜ୍ୟସଭାରେ ଅଧ୍ୟକ୍ଷତା କରିସାରିଛନ୍ତି ।