କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହେବେ ଆର୍ଜେଡିର ସାଂସଦ ମନୋଜ ଝା। ବିଭିନ୍ନ ବିରୋଧୀ ଦଳମାନଙ୍କ ଦ୍ୱାରା ମନୋଜ ଝାଙ୍କ ନାମକୁ ଚୂଡ଼ାନ୍ତ କରାଯାଇଛି। ମନୋଜ ଝା ପ୍ରାର୍ଥୀପତ୍ର ଦାଖଲ କରିବେ। ନାମାଙ୍କନ ପତ୍ର ଦାଖଲ ସମୟରେ ବିରୋଧୀ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ମନୋଜ ଝାଙ୍କର ଏନ୍ଡିଏ ପ୍ରାର୍ଥୀ ହରିବଂଶଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ।
ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ ଏନ୍ଡିଏର ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ମନୋଜ ଝାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ଏକ ବଡ଼ ପରୀକ୍ଷା। ୧୯୭୭ରୁ ୨୦୧୮ ପର୍ଯ୍ୟନ୍ତ କଂଗ୍ରେସ ଦଖଲରେ ଥିବା ଏହି ଆସନକୁ କଂଗ୍ରେସ ପୁଣିଥରେ ଅକ୍ତିଆର କରିବାକୁ ଚାହିଛି। କୌଣସି ପକ୍ଷରେ ସଂଖ୍ୟା ଗରିଷ୍ଠତା ନାହିଁ। ଏନଡିଏ ପାଖରେ ୧୧୭ ଏମପି ରହିଥିବାବେଳେ କଂଗ୍ରେସର ୪୦ ଜଣ ସଦସ୍ୟ ରହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Parliament-House-750x430.jpg)