ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ସଂପୃକ୍ତ ବୈଦ୍ୟୁତକ ଗଣମାଧ୍ୟମର ଏମଡିଙ୍କୁ ନୋଟିସ କଲେ ମହିଳା ଓ ଶିଶୁ ସୁରକ୍ଷା କମିଶନ; ୪୮ ଘଂଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ ନିର୍ଦ୍ଦେଶ

290

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ଏମଡିଙ୍କୁ ନୋଟିସ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ୪୮ ଘଂଟା ମଧ୍ୟରେ ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ୪୮ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କମିଶନ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନ । ଏହାସହ ଭୁବନେଶ୍ୱର ଡିସିପିଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ବି କୁହାଯାଇଛି । ଭୁବନେଶ୍ୱରରେ ଗତ ଏପ୍ରିଲ-ମେ ମାସରେ ୧୩ ବର୍ଷିୟା ନାବାଳିକା ସହ ଘଟିଥିଲା ଏହି ବର୍ବରକାଣ୍ଡ ।

ଏଥିରେ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କ ସମେତ ୩ ଜଣ ପୁଲିସ୍ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନାବାଳିକାଙ୍କ ମାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅନୁପସ୍ଥିତିରେ ଝିଅର ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ପ୍ରାୟ ୧୫ ଦିନ କାଳ ଗଣଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ କରିବା ସମୟ ଭିଡିଓ ମୋବାଇଲରେ ସୁଟ୍ କରିବା ସହ କାହାରିକୁ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦିଆଯାଇଥିଲା ।