ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀଙ୍କ ହରିବଂଶଙ୍କ ସପକ୍ଷରେ ସମର୍ଥନ ଲୋଡିଲେ ; ନବୀନଙ୍କୁ ଫୋନ କଲେ ବିହାର ମୁଖମନ୍ତ୍ରୀ ନୀତିଶ କୁମାର

335

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ପାଇଁ ସମର୍ଥନ ଲୋଡି ମୁଖ୍ୟମନ୍ତ୍ରୀ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ନାରାୟଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନ ପାର୍ଲାମେଂଟ ଅଧିବେଶନର ପ୍ରଥମ ଦିନରେ ଆସନ୍ତା ୧୪ ତାରିଖରେ ହେବ । ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବି ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିଥିଲା ବିଜେଡି । ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭା ସଦସ୍ୟତା ସରିବା ପରେ ଏହି ନିର୍ବାଚନ ହେଉଛି ।

ଜେଡିୟୁ ପକ୍ଷରୁ ସେ ପୁଣି ଥରେ ଗୃହକୁ ନିର୍ବାଚିତ ହୋଇସାରିଛନ୍ତି । ସଂଖ୍ୟାଦୃଷ୍ଟିରୁ ଉପାଧ୍ୟକ୍ଷ ନିର୍ବାଚନ ଏନଡିଏ ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ୟୁପିଏ ଓ ବିରୋଧୀ ଦଳ ମଧ୍ୟ ମିଳିତ ପ୍ରାର୍ଥୀ ଦେବେ ବୋଲି ଜଣାଯାଇଛି । ଡିଏମକେର ତିରୁଚି ଶିବା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ।