କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ୍ ବିଲ୍ । ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।
ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିଲ୍ ବିପକ୍ଷରେ ଭୋଟ୍ ଦେବ ନାହିଁ ବୋଲି ସୂଚନା ଦେଇସାରିଛି । ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/3-Talaq-2.jpg)
/kanak/media/post_attachments/wp-content/uploads/2019/07/triple-talaq-1561047837-300x200.jpg)