ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ । ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ସମାଜବାଦୀ ପାର୍ଟି ନେତା । 

Advertisment
ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ । ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ସମାଜବାଦୀ ପାର୍ଟି ନେତା । 

କନକ ବ୍ୟୁରୋ : ଶନିବାର ଅପରାହ୍ଣରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି।

ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ। ନିକଟରେ ‘ମୁମ୍ବାଇ ମିରର୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେ ଗୁରୁତର ଅବସ୍ଥାରେ ‘ଆଇସିୟୁ’ରେ ଥିଲେ ଏବଂ ତାଙ୍କ ପରିବାରବର୍ଗ ମଧ୍ୟ ତାଙ୍କ ପାଖରେ ଥିଲେ। ୨୦୧୩ରେ ତାଙ୍କ ବୃକକ ଅକାମି ହୋଇ ଯାଇଥିଲା।

ଅସୁସ୍ଥତା ସତ୍ତେ୍ୱ ଅମର ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ଥିଲେ। ଆଜି ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଶିକ୍ଷାବିତ ବାଳଗଙ୍ଗାଧର ତିଳକଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଟୁଇଟ୍ କରିବା ସହ ନିଜ ଅନୁଗାମୀମାନଙ୍କୁ ଇଦ୍ ଅଲ୍ ଆଧା ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରିଥିଲେ।

କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଉଠିଥିବା ଗୁଜବର ଖଣ୍ଡନ ପାଇଁ ମାର୍ଚ ୨ ତାରିଖ ଦିନ ମଧ୍ୟ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ୍‌ କରିଥିଲେ। ଭିଡିଓ ସହ ଛୋଟ ବାର୍ତ୍ତାରେ ସେ ଲେଖିଥିଲେ: ‘ଟାଇଗର୍ ଜିନ୍ଦା ହୈ’ ଅର୍ଥାତ୍ ‘ବାଘ ବଞ୍ଚିଛି’।

ସମାଜବାଦୀ ପାର୍ଟି ଛାଡ଼ିବା ପରେ ଜଣେ ରାଜନେତା ଭାବେ ସିଂହଙ୍କ ଗୁରୁତ୍ବ ହ୍ରାସ ପାଇଥିଲା। ସେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଠ ବୋଲି ଦିନେ ବିବେଚିତ ହେଉଥିଲେ। ନିକଟରେ ସେ ଟୁଇଟ୍ କରିଥିଲେ ଯେ ସେ ଆଉ କେବେ ହେଲେ ସମାଜବାଦୀ ପାର୍ଟିକୁ ଫେରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe