ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଦେଲେ ଅଶ୍ୱିନୀ ବୈଷ୍ଣବ : ରେଳବାଇର ଆଧୁନିକରଣ ସହ ବୈଷ୍ଣବଙ୍କ ଉପରେ ରହିବ ବଡ଼ ଦାୟିତ୍ୱ

ଆଜି ଦାୟିତ୍ୱ ନେବେ ଅନ୍ୟମନ୍ତ୍ରୀ; ଜାତୀୟ ଶିକ୍ଷା ନୀତି ଲାଗୁ କରିବା, ଧର୍ମେନ୍ଦ୍ରଙ୍କ ଗୁରୁ ଦାୟିତ୍ୱ

279

କନକ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ । ବିଧିବଧ ଭାବେ ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସକାଳ ୧୦ଟା ସମୟରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଚିବାଳୟରେ ଥିବା ରେଳ ଭବନରେ ପହଂଥିଲେ । ସେଠାରେ ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ପରେ ବିଧି ଅନୁସାରେ ରେଳ ବିଭାଗ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଭାରତୀୟ ରେଳର ଆଧୁନିକରଣ ଓ ସଂପ୍ରସାରଣ ସହ ଓଡିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ଓଡିଶାର ଏହି ସାଂସଦ ଉଲ୍ଲେଖନୀୟ କାର୍ଯ୍ୟ କରିବେ ବୋଲି ଆଶା ରଖାଯାଉଛି ।

ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସାଂସଦ ଭାବେ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ସମର୍ଥନରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ । ୧୯୯୪ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ଅଶ୍ୱିନୀ ବୈଷ୍ଣବ । ଏହାପୂର୍ବ କେନ୍ଦ୍ରରେ ସଚିବ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ପିଏମଓର ଡେପୁଟି ସେକ୍ରେଟାରୀ ରହିଥିଲେ । ୧୯୯୯ ମହାବାତ୍ୟା ବେଳେ ୟୁଏସ ନ୍ୟାଭି ୱେବ୍ ସାଇଟ୍ ଟ୍ରାକ କରି ବାତ୍ୟାର ଗତି ପଥ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲ ।

ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ହାତରେ ଆଉ ୩ଟି ବିଭାଗ ରହିଛି । ରେଳ ବିଭାଗ ସହ ଯୋଗାଯୋଗ, ସୂଚନା ପ୍ରଯୁକ୍ତ ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ରହିଛି ଓଡିଶାର ଅବସରପ୍ରାପ୍ତ ଆଇଏସଏସଙ୍କ ହାତରେ ।