ରାଜ୍ୟସଭାରେ ପରିବର୍ତ୍ତନ ଋତୁ ! ୧୯୫୦ ମସିହା ପରେ ପ୍ରଥମଥର ପାଇଁ ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ବେଶଭୂଷା , ଏବେ ଧୋତି-ପଗଡିରେ ନୁହଁ ସେନା କମାଣ୍ଡରଙ୍କ ଭଳି ପୋଷାକରେ ନଜର ଆସିବେ ମାର୍ଶଲ ।

269

ସଂସଦରେ ଶୀତକାଳୀନ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି । ରାଜ୍ୟସଭାରେ ଏହା ହେଉଛି ୨୫୦ ତମ ଅଧିବେଶନ । ଏହି ଅବସରରେ ରାଜ୍ୟସଭାରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯେତେବେଳେ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସଦନକୁ ପ୍ରବେସ କଲେ ତାଙ୍କ ସହିତ ଉପସ୍ଥିତ ରହୁଥିବା ମାର୍ଶାଲଙ୍କ ବେଶ ଭୂଷାରେ ପରିବର୍ତ୍ତନ ହୋଇଛି ।

ସଂସଦର କାର୍ଯ୍ୟକାରୀ ଆରମ୍ଭ ହେବା ସମୟରେ, ଭେଙ୍କେୟା ନାଇଡୁଙ୍କ ସହିତ ଦୁଇ ମାର୍ଶଲଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ସାଂସଦ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କ ସହିତ ଥିବା ମାର୍ଶଲଙ୍କୁ ନୂଆ ଡ୍ରେସରେ ଦେଖିବାକୁ ମିଳିଥିଲା । ସୂଚନାନୁସାରେ, ସଂସଦରେ ପୂର୍ବରୁ ମାର୍ଶଲଙ୍କ ବେଶଭୂଷା ଧଳା ରଙ୍ଗର ଥିଲା । ଯାହା ଏବେ ପରିବର୍ତ୍ତନ ହୋଇ ସେନା ଭଳି ପୋଷାକ ହୋଇଛି । ଏହାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇଛି । ମାର୍ଶଲ୍ ଏବେ ପଗଡି ବଦଳରେ ପିନ୍ଧୁଛନ୍ତି କ୍ୟାପ୍ । ରାଜ୍ୟସଭାରେ ଏହା ହେଉଛି ୨୫୦ ତମ ଅଧିବେଶନ । ଏହି ସଦନରେ ୨୪୫ଜଣ ସଦସ୍ୟ ଅଛନ୍ତି । ଏହାର ଗଠନ ୧୯୫୨ ରେ ହୋଇଥିଲା । ୨୬ ନଭେମ୍ବରରେ ସମ୍ବିଧାନକୁ ୭୦ ବର୍ଷ ପୂରଣ ହେବ ।