ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ । ଆସନ୍ତାକାଲି ୧୧ ଟା ପର୍ଯ୍ୟନ୍ତ ସ୍ଥଗିତ ରହିଲା ଉଭୟ ସଦନର ବୈଠକ

101

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ପ୍ରଥମଦିନରେ ଠିକରେ ଚାଲିପାରି ନାହିଁ ଲୋକସଭା ଓ ରାଜ୍ୟ ସଭା । ଉଭୟ ସଂସଦରେ ବୈଠକ ଆରମ୍ଭ ହେବା ପୂର୍ବରୁ ୫୬ ଜଣ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଭ୍ୟ ମାନଙ୍କୁ ଯୁକ୍ତି ଯୁକ୍ତ ପ୍ରଶ୍ନ ପଚାରିବା ସହ ସରକାରଙ୍କ ଉତ୍ତରକୁ ଶୁଣିବାକୁ ବିରୋଧୀମାନଙ୍କୁ ଅନୁରୋଧ କରିଥିଲେ ।

ଏହାପରେ ସେ ନୂଆମନ୍ତ୍ରୀ ମାନଙ୍କର ପରିଚୟ ପ୍ରଦାନ କରୁଥିବା ବେଳେ ବିରୋଧୀମାନେ ହୋ ହାଲ୍ଲା ଆରମ୍ଭ କରିଥିଲେ । ଏହାକୁ ନେଇ ଉଭୟ ସଦନର ବୈଠକକୁ ପରିଚାଳକମାନେ ଦିନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଥିଲେ କି ତାଙ୍କ ୨୪ ବର୍ଷର ସାଂସଦ ଜୀବନରେ ସେ କେବେ ବି ଏଭଳି ହେବାର ଦେଖିନଥିବା କଥା କହିଛନ୍ତି ।

ଦ୍ୱିତୀୟ ଥର ୩.୩୦ ରେ ପୁଣି ବୈଠକ ଆରମ୍ଭ ହୋଇଥିବା ବେଳେ ବିରୋଧୀମାନେ କୋଭିଡ ପରିଚାଳନା, ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ଓ ଚୀନ ପ୍ରସଙ୍ଗରେ ଉଭୟ ସଦନରେ ହୋ ହାଲ୍ଲା କରିବା ପରେ ଉଭୟ ସଦନର ବୈଠକକୁ ଆସନ୍ତା କାଲି ୧୧ ଟା ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି ।
ଅନ୍ୟପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମଳିିଛି । ଏହି ସର୍ବଦଳୀୟ ବୈଠକରେ କୋଭିଡ -୧୯ ଟିକା ଉପରେ ଆଲୋଚନା ହୋଇପାରେ !