କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ । ଉଭୟ ଦେଶ ଏବଂ ରାଜ୍ୟରେ କରୋନାର ସ୍ଥିତିକୁ ନଜରରେ ରଖି ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ ଆୟୋଗ । ଅନ୍ୟପଟେ ଆଜି ରାଜ୍ୟରେ ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ମେମ୍ବର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି ।
Election Commission has deferred the Rajya Sabha Elections that were scheduled to be held on 26th March. https://t.co/lO7oFWtwsJ
— ANI (@ANI) March 24, 2020
ସୂଚନାଯୋଗ୍ୟ ଯେ ଏପ୍ରିଲ୍ ୨ରେ ଓଡ଼ିଶାରୁ ତିନିଟି ରାଜ୍ୟସଭା ଆସନ ଖାଲି ହେଉଛି। ବିଜେଡିର ନରେନ୍ଦ୍ର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମ, କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ସହ ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନଟି ପୂର୍ବରୁ ଖାଲି ପଡ଼ିଥିଲା। ଆବଶ୍ୟକ ସଂଖ୍ୟା ଅଭାବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିଲେ। ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। ପ୍ରତିଦ୍ବନ୍ଦ୍ବୀ ନ ଥିବାରୁ ଆଉ ଭୋଟ୍ ଗ୍ରହଣର ଆବଶ୍ୟକତା ପଡ଼ି ନାହିଁ। ତେବେ ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।