କନକ ବ୍ୟୁରୋ: ରାଜ୍ୟସଭାର ୧୫ଟି ଆସନ ପାଇଁ ଆଜି ଅନୁଷ୍ଠିତ ହେବ ନିର୍ବାଚନ । ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ, ପରେ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ରାଜ୍ୟସଭାରେ ମୋଟ ୫୬ଟି ଆସନ ଖାଲି ହୋଇଥିବା ବେଳେ ୪୧ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି, ବାକି ୧୫ଟି ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି ।
ଏହି ୧୫ଟି ଆସନ ମଧ୍ୟରେ ଉତ୍ତପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଅନ୍ତର୍ଭୁକ୍ତ । ଉତର ପ୍ରଦେଶ ବିଜେପି ସରକାର ଥିବାରୁ ୧୦ଟି ଆସନରୁ ୭ଟି ଆସନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ହେବାର ସମ୍ଭାବନା ରହିଛି, ସେହିପରି ହିମାଚଳ ପ୍ରଦେଶରେ ଗୋଟିଏ ଆସନ କଂଗ୍ରେସ ହାତକୁ ଯିବା ନିଶ୍ଚିତ ହୋଇଛି । ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟର ୪୧ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶାରୁ ଶାସକ ଦଳ ବିଜେଡିରୁ ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଂଟିଆ ଓ ବିଜେପିରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/3-43.jpg)