ରାଜ୍ୟସଭାରେ ଉପସ୍ଥାପିତ ହେଲା କିଷାନ ବିଧେୟକ । ବିଲ ପାସ୍ କରିବାକୁ ଏନଡିଏକୁ ୧୨୩ ସାଂସଦଙ୍କ ଭୋଟ ଆବଶ୍ୟକ ଥିବା ବେଳେ ଏବେ ଏନଡିଏ ପାଖରେ ରହିଛନ୍ତି ୧୦୩ ସାଂସଦ

290

କନକ ବ୍ୟୁରୋ: ମୋଦି ସରକାର ଲୋକସଭାରେ କୃଷି ସମ୍ବନ୍ଧିୟ ବିଧେୟକ ବା ଫାର୍ମର ବିଲ ଲୋକସଭାରେ ପାରିତ କରିବା ପରେ ଆଜି ରାଜ୍ୟସଭାରେ ଏହି ଉପସ୍ଥାପିତ ହେବ । ଏହି ବିଲକୁ ନେଇ କୃଷକ ନେତାମାନେ ଭୟଙ୍କର ବିରୋଧ କରୁଛନ୍ତି । ସେମାନେ କହିଛନ୍ତି କି ଏହି ବିଲ କୃଷକ ମାନଙ୍କର ଦୁଃଖ ଦୂର କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ଦୁଃଖର କାରଣ ହେବ । କଣ୍ଟାକ୍ଟ ଫାମିଂ ବାବଦରେ ଯଦି କିଛି ଅଭିଯୋଗ ଆସେ ତାହେଲେ ଏହା କେବଳ ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନ ହୋଇପାରିବ ।  ଏହି ବିଲ ବିରୋଧରେ ପ୍ରଥମେ ପଞ୍ଜାବର ଚାଷୀମାନେ ରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଏବେ ହରିୟାଣା ଓ ମହାରାଷ୍ଟ୍ରର ଚାଷୀ ବି ରାସ୍ତାକୁ ଓହ୍ଲାଇଲେଣି । ହେଲେ ଆସନ୍ତୁ ଜାଣିବା ଏହି ରାଜ୍ୟସଭାରେ ପାରିତ ହେବାକୁ କଣ ରହିଛି ବାଧା ।

କେମିତି ଏହାକୁ ପାସ୍ କରିବାକୁ ବ୍ୟବସ୍ଥା କରିଛନ୍ତି ମୋଦି ସରକାର ?

ରାଜ୍ୟସଭାରେ ମୋଟ ୨୪୫ ଆସନ ମଧ୍ୟରୁ ଏନଡିଏ ମେଣ୍ଟ ପାଖରେ ରହିଛି ୧୦୫ ଆସନ । ଯାହା ମଧ୍ୟରୁ ଅକାଳୀ ଦଳରୁ ରହିଛନ୍ତି ୩ ସାଂସଦ । ଅକାଳିଦଳ ଏହି ୩ ସାଂସଦଙ୍କୁ ବିଲ୍ ବିରୋଧରେ ଭୋଟ ଦେବାକୁ ହ୍ୱିପ୍ ଜାରି କରିଛି । ତେଣୁ ଏନଡିଏ ପାଖରେ ୧୦୨ ସାଂସଦ ରହିଛନ୍ତି । ଅନ୍ୟପଟେ ଏଆଇଏଡିଏମକେ ର ମୁଖ୍ୟ ବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ଦଳରେ ରହିଛନ୍ତି ୯ ସାଂସଦ । ଯେଉଁମାନେ କି ବିଲ୍ ସପକ୍ଷରେ ଭୋଟଦେବେ ବୋଲି ଜଣାପଡିଛି । ଏହି ୯ ଜଣ ସାଂସଦ ମିଶିଲେ ଏନଡିଏ ପାଖରେ ୧୧୨ ଆସନ ହେବ । କିନ୍ତୁ ବିଲ୍ ପାରିତ କରିବାକୁ ୧୨୩ ସାଂସଦଙ୍କ ସହମତି ଜରୁରୀ ଥିବା ବେଳେ ଏନଡିଏକୁ ମାତ୍ର ୧୧ ଜଣ ସାଂସଦଙ୍କ ଅଭାବ ରହିଛି । ସେପଟେ ଓଡିଶା ବିଜେଡି ଦଳର ରାଜ୍ୟସଭାରେ ୯ ଜଣ ସାଂସଦ ରହିଛନ୍ତି  ।

ସେମାନେ ଏହି ବିଲ୍ ସପକ୍ଷରେ ଭୋଟ ଦେବେ ବୋଲି ବହୁ ଆଗରୁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ବାଦ ବି ଏନଡିଏକୁ ଏହି ବିଲ ରାଜ୍ୟସଭାରେ ପାରିତ କରିବାକୁ ଆହୁରି ୩ ଜଣ ସାଂସଦଙ୍କ ଅଭାବ ରହିଛି । ହେଲେ କଥା ହେଉଛି ଯେ ଏବେ କୋଭିଡ୍ ପାଇଁ ଅନେକ ସାଂସଦ ଗୃହରେ ଅନୁପସ୍ଥିତ ରହୁଥିବା ବେଳେ ଅନେକ ସାଂସଦ ଏବେ ହୋମ ଆଇସୋଲେସନରେ ରହିଛନ୍ତି । ତେଣୁ ଏହି ସଂଖ୍ୟାର ଖେଳ ଭିତରେ କେତେଜଣ ସାଂସଦ ଗୃହରେ ଉପସ୍ଥିତ ରହୁଛନ୍ତି ତାହା ହିଁ ବିଲର ଭାଗ୍ୟ ଉପରେ ନିର୍ଭର କରେ ।