କନକ ବ୍ୟୁରୋ: ସଂସଦରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । କୃଷକମାନଙ୍କ ପ୍ରସ୍ତାବକୁ ନେଇ ତାତିଲେ ବିରୋଧୀ । ମଙ୍ଗଳବାର ସଂସଦର ଉଭୟ ଗୃହରେ ବିରୋଧୀମାନେ ଚାଷୀ ଆନ୍ଦୋଳନକୁ ନେଇ ହଙ୍ଗାମା କରିଛନ୍ତି । ଯାହା ଫଳରେ ରାଜ୍ୟସଭାର ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।
ସେହିପରି ଲୋକସଭାରେ ମଧ୍ୟ ଏହି ତାତି ଦେଖିବାକୁ ମିଳିଛି । ସାସଂଦମାନେ ଚାଷୀମାନଙ୍କର ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଜିଦ୍ କରିଛନ୍ତି । ଯାହା ଫଳରେ ସ୍ଥିତି ସେଠାରେ ବେଶ୍ ସରଗରମ ରହିଛି । ଏହାକୁ ଦେଖି ଲୋକସଭା ବାଚସ୍ପତି ଅପରାହ୍ଣ ୫ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି । ଏହାପରେ ଯାଇ ଗୃହ କାମ ଆରମ୍ଭ ହେବ ।
ଗତକାଲି ବଜେଟ୍ ଆଗତ ହେବା ପରେ ଆଜି ସଂସଦର ଉଭୟ ସଦନର ଅଧିବେଶନ ବସିଥିଲା । ଉଭୟ ଗୃହରେ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀମାନେ ହଙ୍ଗାମା କରିଛନ୍ତି । କଂଗ୍ରେସ ସାଂସଦମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ଲା କାର୍ଡ ଧରି ଧାରଣା ମଧ୍ୟ ଦେଇଛନ୍ତି । ବିରୋଧୀମାନେ ଚାଷୀଙ୍କ ପ୍ରସ୍ତାବକୁ ନେଇ ଆଲୋଚନା କରିବାକୁ ଜିଦ୍ ଧରିଥିବା ବେଳେ ସରକାର କିନ୍ତୁ ଏହାକୁ ଏଡାଇ ଯାଇଛନ୍ତି । ଯାହାକୁ ନେଇ ଗୃହରେ ସ୍ଥିତି ଗରମା ଗରମ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/10-2.jpg)