କନକ ବ୍ୟୁରୋ : ଶେଷ ଯାତ୍ରାରେ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀର ନିଗମବୋଧ ଘାଟର ଭିଆଇପି ସେକ୍ସନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ଦିଆଯିବ ଶେଷ ବିଦାୟ । ଏହି ସମୟରେ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ କିଛି ହାସ୍ୟ ଅଭିନେତା ଉପସ୍ଥିତ ରହିବେ ।
ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଶ୍ରୀବାସ୍ତବ ଓ ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ଦିଲ୍ଲୀରେ ଅଛନ୍ତି । ବାକି ପରିବାର ସଦସ୍ୟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଗତ ୪୨ ଦିନ ଧରି ଜୀବନ ସହ ଲଢ଼େଇ କରିବା ପରେ ବୁଧବାର ରାଜୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପରଲୋକରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/39-12.jpg)