କନକ ବ୍ୟୁରୋ : ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଆଜିକୁ ୩୪ ଦିନ ହେବ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ରହିଛନ୍ତି । ହେଲେ ଡାକ୍ତରଙ୍କ ଶତଚେଷ୍ଟା ପରେ ବି ଏବେ ରାଜୁଙ୍କ ଚେତା ଫେରିନାହିଁ । ହେଲେ କେବେ କେବେ ରାଜୁ ଆଖି ଖୁଲୁଛନ୍ତି ଓ ହଲଚଲ ମଧ୍ୟ ହେଉଛନ୍ତି । ହେଲେ ଡାକ୍ତରଙ୍କ କହିବା କଥା କି ଯେ ପର୍ଯ୍ୟନ୍ତ ରାଜୁଙ୍କ ଚେତା ଫେରିନାହିଁ ସେ ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ । ରାଜୁଙ୍କୁ ବାରମ୍ବାର ଜ୍ୱର ଆସୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତରମାନେ ।

Advertisment

ସେପଟେ ଏବେ ବି ରାଜୁଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କୁ କେବେ ଭେଣ୍ଟିଲେଟରରୁ ବାହାର କରାଯିବ ସେ ନେଇ ଡାକ୍ତରମାନେ କିଛି ମତ ଦେଇ ନାହିଁନ୍ତି । ଅନ୍ୟପଟେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନେତା ଓ ଅଭିନେତାମାନେ ଟ୍ୱିଟ୍ କରିଛନ୍ତି । ରାଜନେତା ତଥା କଳାକାର ଶତ୍ରୁଘ୍ନ ସିହ୍ନା ଏକ ଟ୍ୱିଟ କରି ରାଜୁଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଶତ୍ରୁଘ୍ନ ସିହ୍ନା କହିଛନ୍ତି କି ଯଦି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏମ୍ସ ତରଫରୁ ଏକ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଆନ୍ତି ତେବେ ପ୍ରଶଂସକମାନେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସଠିକ୍ ତଥ୍ୟ ପାଇପାରନ୍ତେ ।