କନକ ବ୍ୟୁରୋ : ରାଜୁ ଶ୍ରୀବାସ୍ତବ ୨୦୦୮ରୁ ୨୦୧୦ ମଧ୍ୟରେ କ୍ୟାରିୟର ପିକରେ ଥିଲେ । ରାଜୁଙ୍କ କମେଡିରେ ରାଜନୈତିକ ବ୍ୟକ୍ତିତ୍ୱଙ୍କ ମିମିକ୍ରି ସ୍ଥାନ ପାଉଥିଲା । ୨୦୧୦ରେ ଏକ କାର୍ଯ୍ୟକ୍ରମରେ ଦାଉଦ୍ ଇବ୍ରାହିମକୁ କଟାକ୍ଷ କରିଥିଲେ । ମିମିକ୍ରି କରିବାର ୨ ଘଣ୍ଟା ମଧ୍ୟରେ ଅଜଣା କଲ ଆସିଥିଲା । ଫୋନରେ କୁହାଗଲା ଆମେ ପାକିସ୍ତାନରୁ କହୁଛୁ । ପାକିସ୍ତାନରୁ ମୃତ୍ୟୁ ଧମକ ପାଇଥିଲେ । ଫୋନରେ କୁହାଯାଇଥିଲା ଏଭଳି ଜୋକ୍ କରନ୍ତୁ ନାହିଁ । ରାଜୁ କହିଥିଲେ, ମୁଁ ପାକିସ୍ତାନକୁ ଡରେନି ।

Advertisment

୨୫ ଡିସେମ୍ବର, ୧୯୬୩ରେ କାନପୁରରେ ଜନ୍ମ ।  ପିଲାଟିଦିନୁ ରାଜୁ ଲୋକଙ୍କୁ ହସାଇବାକୁ ଭଲ ପାଉଥିଲେ । ଅନ୍ୟର ନକଲ କରିବାରେ ମାହିର ଥିଲେ । ମିମିକ୍ରି କରୁ କରୁ କମେଡିଆନ୍ ହୋଇଥିଲେ, ଅମିତାଭ ବଚ୍ଚନଙ୍କ ଅଭିନୟରୁ ଅନୁପ୍ରାଣିତ ହୋଇଥିଲେ । ୧୯୮୨ରେ ମୁମ୍ବାଇ ଆସି ଭାଗ୍ୟ ପରୀକ୍ଷା କରିଥିଲେ । ଅମିତାଭଙ୍କ ମିମିକ୍ରି କରି କରି ରୋଜଗାର କରୁଥିଲେ । ମୁମ୍ବାଇରେ ଜୁନିଅର ଅମିତାଭ ଭାବେ ପରିଚିତ ଥିଲେ । ଷ୍ଟେଜ୍ ଶୋ, ଟିଭି ଓ ସିନେମାରେ ଛୋଟ ମୋଟ ଅଭିନୟ କରୁଥିଲେ । ଷ୍ଟାଣ୍ଡ-ଅପ୍ କମେଡି ପ୍ରକୃତ ପରିଚୟ ଦେଇଥିଲା ।  ଦ ଗ୍ରେଟ୍ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜରୁ କ୍ୟାରିୟର ବଦଳିଥିଲା । ଷ୍ଟାଣ୍ଡ ଅପ୍ କମେଡି ଶୋ ଦେଶ ବିଦେଶରେ ମଧ୍ୟ କରୁଥିଲେ ।

ରାଜୁଙ୍କୁ ଖୋଜୁଛି ମଞ୍ଚ

- ୨୯ ବର୍ଷ ଧରି କମେଡି ସହ ଜଡିତ ଥିଲେ
- ଲୋକଙ୍କୁ ହସାଇବା କଳାରେ ଥିଲେ ସିଦ୍ଧହସ୍ତ
- ରାଜୁଙ୍କ ସବୁଠାରୁ ଲୋକପ୍ରିୟ ଚରିତ୍ର ଗଜୋଧର ଭୈୟା
- ମଞ୍ଚ କମେଡିରେ ଗଜୋଧର ଭୈୟା ଚରିତ୍ରରେ କରୁଥିଲେ କମେଡି
- ଟିଭି ଧାରାବାହିକ ଶକ୍ତିମାନରେ ନଜର ଆସିଥିଲେ ରାଜୁ
- ବିଗ୍ ବସ୍-ଥ୍ରୀ, କମେଡି ସରକସ୍, ନଚ ବଲିୟେ
- କମେଡି ନାଇଟ୍ସ ୱିଥ୍ କପିଲ, ଅଦାଲତ, ଦ କପିଲ ଶର୍ମା ଶୋ
- ତେଜାବରୁ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ ରାଜୁ
- ଶେଷ ଫିଲ୍ମ ଥିଲା କପିଲ ଶର୍ମାଙ୍କ ଫିରଙ୍ଗୀ
- ମୈନେ ପ୍ୟାର୍ କିଆ, ବାଜିଗର, ମେଁ ପ୍ରେମ କି ଦିୱାନୀ ହୁଁ
- ଆମଦାନୀ ଅଠନ୍ନି ଖର୍ଚ୍ଚ ରୁପୈୟା, ବମ୍ବେ ଟୁ ଗୋଆ
- ଟଏଲେଟ୍- ଏକ ପ୍ରେମ କଥା, ବାରୁଦ, ବିଗ୍ ବ୍ରଦର