କନକ ବ୍ୟୁରୋ: ଜୋକ୍ସ କହି ଲୋକଙ୍କ ମନ ଖୁସି କରୁଥିବା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଚିନ୍ତାରେ । ଏଭଳି ସ୍ଥିତିରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ ବୟାନ ଦେଇଛନ୍ତି । ରାଜୁଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି ବୋଲି କହିଛନ୍ତି ଗୁଲେରିଆ । ରାଜୁଙ୍କ ଚେତା ଫେରିନି। ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରଣଦୀପ ଗୁଲେରିଆ କହିଛନ୍ତି। ଏହା ଜଣେ ରୋଗୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ବିଷୟ, ତେଣୁ ସେ ଏହି ପ୍ରସଙ୍ଗରେ ଅଧିକ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି ବୋଲି ସେ କହିଛନ୍ତି ।

Advertisment

ଡାକ୍ତରଙ୍କ କହିବା ମୁତାବକ, ରାଜୁଙ୍କୁ ଆଇସିୟୁର ନ୍ୟୁରୋକାର୍ଡିଓଲଜି ବିଭାଗର ଭେଣ୍ଟିଲେଟର୍‌ରେ ରଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ। ଯଦିଓ ବ୍ରେନ୍‌ ଡେଡ୍‌ ହୋଇଥିବା ଖବରକୁ ଡାକ୍ତର ଖଣ୍ଡନ କରିଛନ୍ତି। କିନ୍ତୁ ତାଙ୍କ ଚିକିତ୍ସା ପାଇଁ ଆସନ୍ତା ୨୪ ଘଣ୍ଟା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ରଣଦୀପ ଗୁଲେରିଆ କହିଛନ୍ତି।