କେବେ ମୁମ୍ବାଇରେ ଚଳାଉଥିଲେ ଅଟୋ, ଏବେ ଛାଡିଯାଇଛନ୍ତି ଏତେ ସମ୍ପତ୍ତି

1,616

କନକ ବ୍ୟୁରୋ : ଦେଶରେ ଜଣେ ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ଆଜି ଦେହାନ୍ତ ହୋଇଯାଇଛି । ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ପୁରା ଦେଶରେ ଶୋକାକୋଳ ପରିବେଶ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ବଲିଉଡର ବଡ ବଡ କଳାକାରମାନେ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ହେଲେ ରାଜୁଙ୍କ ଜୀବନର ସଂଘର୍ଷର କାହାଣୀ ଆପଣଙ୍କ ଆଖିରେ ବି ଲୁହ ଆଣିବ ।

ରାଜୁ ନିଜ କ୍ୟାରିଅର କରିବାକୁ ଯେତେବେଳେ ମୁମ୍ବାଇ ଆସିଥିଲେ ନିଜର ଖର୍ଚ୍ଚ ପାଇଁ ବି ତାଙ୍କ ପାଖରେ କୌଣସି ରୋଜଗାରର ପନ୍ଥା ନଥିଲା । ନିଜର ଗୁଜରାଣ ମେଣ୍ଟାଇବାକୁ ରାଜୁ ପ୍ରଥମେ ମୁମ୍ବାଇରେ ଅଟୋ ଚଳାଇବା ଆରମ୍ଭ କରିଥିଲେ । ହେଲେ ପିଲାବେଳୁ ଅନ୍ୟମାନଙ୍କୁ ନକଲ କରିବା ତାଙ୍କର ଏକ ଅଭ୍ୟାସ ଥିଲା । ଏହାକୁ ନେଇ ସେ ମୁମ୍ବାଇରେ ଛୋଟ ଛୋଟ ସୋ କରିବା ଆରମ୍ଭ କରିଥିଲେ । ହେଲେ ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ସୋ ତାଙ୍କୁ ପରିଚୟ ଦେଇଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ରାଜୁ ଶ୍ରୀବାସ୍ତବଙ୍କ ପାଖରେ ମୋଟ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହାସହ ତାଙ୍କ ପାଖରେ କାନପୁର ଓ ମୁମ୍ବାଇରେ ନିଜର ଘର ରହିଛି । ସେ ଷ୍ଟେଜ ସୋ ରୁ ସର୍ବାଧିକ ରୋଜଗାର କରିଥିବା କଥା ତାଙ୍କ ଝିଅ ଅନ୍ତରା କହିଛନ୍ତି । ପ୍ରତି ସୋ ପାଇଁ ସେ ୪-୫ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କ ପାଖରେ ଇନୋଭା, ବିଏମଡବ୍ଲ୍ୟୁ ଓ ଅଡି ଭଳି କାର ରହିଛି ।