ବିଗିଡିଲା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା , ହାର୍ଟରେ ଅସୁବିଧା ସହ ବ୍ରେନ୍ ଡେଡ୍ ଅବସ୍ଥା

438

କନକ ବ୍ୟୁରୋ : ପରିଚିତ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏବେ ବଡ ଖବର ଆସିଛି । କୁହାଯାଉଛି କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବାସ୍ଥା ପୂର୍ବଠାରୁ ଅଧିକ ଖରାପ ହେବାରେ ଲାଗିଛି । ତାଙ୍କ ବ୍ରେନ ପାଖା ପାଖି ଡେଡ୍ ସ୍ଥିତିରେ ରହିଛି । ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ସୂନା ଦେଇଛନ୍ତି । ସେ କହିଛନ୍ତି କି ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ , ଏବେ କେବଳ ଭଗବାନ ଭରଶା ।

ଅଜିତଙ୍କ କହିବା ମୁତାବକ ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରୁଥିବା ଏମ୍ସ ଡାକ୍ତରମାନେ କହିଛନ୍ତି କି, ରାଜୁଙ୍କ ବ୍ରେନ ଡେଡ୍ ଅବସ୍ଥାରେ ରହିଛି । ଏହାସହ ରାଜୁଙ୍କ ହାର୍ଟରେ ବି ଅନେକ ଅସୁବିଧା ରହିଛି    । ଏବେ କେବଳ ଭଗବାନ ଭରଶା ବୋଲି ସେ କହିଛନ୍ତି ।

କହିରଖୁ କି ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା  । ଦୀର୍ଘ ୮ ଦିନ ଧରି ରାଜୁଙ୍କର ଚିକିତ୍ସା ଚାଲିଛି । ଗୁୁରୁବାର ସକାଳେ ରାଜୁ ଶ୍ରୀବାସ୍ତଙ୍କୁ ଭେଟିବା ପରେ ଅଭିନେତା ଶେଖର ସୁମନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଥିଲେ । ସେ କହିଥିଲେ କି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସେପଟେ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜୁଙ୍କ ପରିବାର ସହ ଫୋନରେ କଥା ହୋଇଥିଲେ । ସେ ରାଜୁଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ବ୍ୟତୀତ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ନେତା ଓ ମନ୍ତ୍ରୀ ରାଜୁଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଥିଲେ ।